ଓଡ଼ିଶାଲାଇଭ୍ ବ୍ୟୁରୋ  

Sunlight-1

ସକାଳୁ ଉଠି ସୂର୍ଯ୍ୟୋଦୟ ଦେଖିବା ଏକ ଭଲ ଅଭ୍ୟାସ ବୋଲି ଛୋଟ ବେଳୁ ଶିଖାଯାଏ। ହେଲେ ବଢ଼ୁଥିବା ବୟସ ଏବଂ ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ସେହି ଅଭ୍ୟାସ ଆଉ ରହେନାହିଁ। ତେବେ ଆମେ ଜାଣିଛନ୍ତି ସୂର୍ଯ୍ୟକିରଣରୁ ମିଳୁଥିବା ଭିଟାମିନ୍-ଡି ଶରୀର ପାଇଁ ଲାଭଦାୟକ ଅଟେ। ହେଲେ ଶାରୀରିକ ବିକାଶ ସହ ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହା ଅତ୍ୟନ୍ତ ଜରୁରୀ।

ନିତିଦିନିଆ କାର୍ଯ୍ୟ ପାଇଁ ଶରୀରିକ ସହ ମାନସିକ ସ୍ତରରେ ଫିଟ୍ ରହିବା ନିହାତି ଆବଶ୍ୟକ। ତେବେ ସୂର୍ଯ୍ୟକିରଣରୁ ଶରୀରକୁ ମିଳୁଥିବା ଥିବା ଭିଟାମିନ୍ ଡି ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟୀ ଅଟେ। ଡ୍ରିପେସନ୍ ତଥା ଚିନ୍ତାଗ୍ରସ୍ତ ବ୍ୟକ୍ତିମାନେ କିଛି ସମୟ ସୂର୍ଯ୍ୟକିରଣ ବସିବା ଦ୍ୱାରା ଡିପ୍ରେସନର ଲକ୍ଷଣ ଦୂର ହେବା ସହ ମାନସିକ ସ୍ଥିରତା ବଜାୟ ରହେ। ରିସର୍ଚ୍ଚରୁ ଜଣାଯାଇଛି ଯେ ସୂର୍ଯ୍ୟକିରଣ ମସ୍ତିସ୍କରେ ଆଣ୍ଟି ଡିପ୍ରେସାଣ୍ଟ ତିଆରି କରେ, ଯାହା ଆପଣଙ୍କୁ ଚାପମୁକ୍ତ କରାଇବା ସହ ମାନସିକ ଶାନ୍ତି ଆଣିବାରେ ସାହାଯ୍ୟ କରେ।

Sunlight-2

ସୂର୍ଯ୍ୟକିରଣର ଅନ୍ୟାନ୍ୟ ଉପକାରିତା ହେଉଛି ଏହା ଖାଦ୍ୟରୁ କ୍ୟାଲସିୟମ ଗ୍ରହଣ କରିବାରେ ସାହାଯ୍ୟ କରେ ଯାହା ହାଡ଼କୁ ଅଧିକ ମଜବୁତ ବନାଏ। ସୂର୍ଯ୍ୟକିରଣରେ ବସିଲେ ଶରୀରରୁ ନାଇଟ୍ରିକ୍ ଅକ୍ସାଇଡ୍ ଗ୍ୟାସ ବାହାରିଯାଇଥାଏ ଯାହା ରକ୍ତ ଚାପ ନିୟନ୍ତ୍ରଣ କରିଥାଏ।

ତେବେ ଏହି ସବୁ କାରଣ ଯୋଗୁଁ କିଛି ସମୟ ସୂର୍ଯ୍ୟକିରଣରେ ବସିବା ନିହାତି ଆବଶ୍ୟକ। କିନ୍ତୁ ଅଧିକ ସମୟ ସୂର୍ଯ୍ୟକିରଣରେ ବସିଲେ ଏହା କ୍ଷତିକାରକ ମଧ୍ୟ ହୋଇପାରେ। ଅଧିକ ସମୟ ସୂର୍ଯ୍ୟକିରଣରେ ବସିବା ଦ୍ୱାରା ହୃଦଘାତ ତଥା ଚର୍ମଜନିତ ରୋଗ ହେବାର ସମ୍ଭାବନା ଥାଏ। ତେଣୁ ୧୦ରୁ ୨୦ ମିନିଟ୍ ସୂର୍ଯ୍ୟକିରଣରେ ବସିବା ଦ୍ୱାରା ଆପଣ ଏହାର ଲାଭ ଉଠାଇପାରିବେ।

Comment