ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଲକ୍‌ଡାଉନରେ ଘରେ ରହି ପ୍ରାୟ ସମସ୍ତେ ବୋର୍‌ ହୋଇଗଲେଣି। ସମସ୍ତେ ପୁଣିଥରେ ନିଜ ନିଜ କାମ ଆରମ୍ଭ କରିବାକୁ ଚାହିଁଲେଣି। ବଲିଉଡ ଅଭିନେତା ବରୁଣ ଧାୱନ ଅବସ୍ଥା  ମଧ୍ୟ ଠିକ ସେମିତି। ସେ ତାଙ୍କ ସୁଟିଂ ସେଟ୍‌କୁ ଖୁବ ମନେ ପକାଉଛନ୍ତି।

ବରୁଣ ଧୱନ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି। ଫଟୋଟି ତାଙ୍କ ଫିଲ୍ମ ସେଟର ଏବଂ ବରୁଣ ସୁଟ୍ ପାଇଁ ପ୍ରସ୍ତୁତ ହେଉଥିବା ଏଥିରେ ଦେଖିବାକୁ ମିଳିଛି। ଫଟୋ ସେୟାର କରିବା ସହିତ ବରୁଣ ସେଟ୍‌ଙ୍କୁ ମନେ ପକାଉଥିବା ଲେଖିଛନ୍ତି।

ବରୁଣ ପ୍ରଥମ ଅଭିନେତା ନୁହଁନ୍ତି ଯିଏ ଫିଲ୍ମ ସେଟକୁ ଅପେକ୍ଷା କରିଛନ୍ତି। ଅର୍ଜୁନ କପୁର ମଧ୍ୟ ତାଙ୍କ ର୍ପୂବରୁ ଏହିପରି ଅନେକ ପୋଷ୍ଟ ସେୟାର କରିଛନ୍ତି। ସେ ମଧ୍ୟ ବରୁଣଙ୍କ ପରି ଶୀଘ୍ର କାମକୁ ଫେରିବାକୁ ଚାହୁଁଛନ୍ତି।

Comment