ଓଡ଼ିଶାଲାଇଭ୍ ବ୍ୟୁରୋ

UIIC-1

ୟୁନାଇଟେଡ୍ ଇଣ୍ଡିଆ ଇନସୁରାନ୍ସ କମ୍ପାନି ଲିମିଟେଡ୍ (UIIC) ଅଧୀନରେ ଆଡମିନିଷ୍ଟ୍ରେଟିଭ୍ ଅଫିସର (ମେଡିକାଲ) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ଆଜିଠୁ ଆସନ୍ତା ଜୁନ୍ ୧୦ ଯାଏଁ ଚାଲୁ ରହିବ।

ଯୋଗ୍ୟତା– ଏମ୍.ବି.ବି.ଏସ୍ ଡିଗ୍ରୀ ହାସଲ କରିଥିବେ। ୨୦୧୯ ଡିସେମ୍ବର ୩୧ ପୂର୍ବରୁ ଏମ୍.ବି.ବି.ଏସ୍ ଡିଗ୍ରୀ ଅଧୀନରେ ନିଜର ଇଣ୍ଟର୍ଣ୍ଣସିପ୍ ଶେଷ କରିଥିବେ। (ଡେଣ୍ଟାଲ୍, ହୋମିଓପାଥି, ଆଯୁର୍ବେଦିକ, ୟୁନାନୀ ବିଭାଗ ବ୍ୟତୀତ)

ବୟସ ସୀମା– ୨୦୧୯ ଡିସେମ୍ବର ୩୧ ସୁଦ୍ଧା ୨୧ରୁ ୩୦ ବର୍ଷ (ସଂରକ୍ଷିତ ବର୍ଗଙ୍କ ପାଇଁ ବୟସ ସୀମା କୋହଳ କରାଯାଇଛି)

ଦରମା– ୬୯,୦୦୦ ଟଙ୍କା

ଆବେଦନ ପ୍ରକ୍ରିୟା– ପ୍ରାର୍ଥୀମାନେ ଅଫିସିଆଲ୍ ଓ୍ୱେବସାଇଟରୁ ଅନଲାଇନ୍ ଆବେଦନ କରିପାରିବେ।

ଆବେଦନ ଶୁଳ୍କ:

  • ସାଧାରଣବର୍ଗ/EWS/ଓ.ବି.ସି- ୫୩୬ ଟଙ୍କା
  • ଏସ୍.ସି/ଏସ୍.ଟି/EXM/ଭିନ୍ନକ୍ଷମ- ୨୩୬ ଟଙ୍କା

ଅଧିକ ସୂଚନା ପାଇଁ uiic.co.inରେ କ୍ଲିକ୍ କରନ୍ତୁ।

Source- www.chakiri.plus

Comment