ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

କ୍ୟାଟ୍ରିନା କୈଫ୍ ଅନେକ ସିନେମାରେ କିସ୍ ସିନ୍ କରିଛନ୍ତି। ଆସନ୍ତୁ ଜାଣିବା କେଉଁ ସିନେମାରେ କ୍ୟାଟ୍‌ଙ୍କ କିସ୍‌ ସିନ୍‌ ବେଶ୍‍ ଚର୍ଚ୍ଚିତ ହୋ‍ଇଥିଲା…

ବଲିଉଡର ହଟ୍ ନାୟିକା କ୍ୟାଟ୍ରିନା କୈଫ୍ ୨୦୦୩ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ବୁମ୍’ ଜରିଆରେ ବଲିଉଡ ଦୁନିଆରେ ପାଦ ଥାପିଥିଲେ। ଏଥିରେ ତାଙ୍କୁ ଅମିତାଭ୍ ବଚ୍ଚନ ଓ ଗୁଲଶନ୍ ଗ୍ରୋଭରଙ୍କ ଭଳି ଦିଗ୍‌ଗଜ କଳାକାରଙ୍କ ସହିତ କାମ କରିବାର ସୁଯୋଗ ମିଳିଥିଲା।

କ୍ୟାଟ୍ରିନାଙ୍କୁ ‘ବୁମ୍’ ସିନେମା ପାଇଁ ଚୁକ୍ତିବଦ୍ଧ କରିବା ସମୟରେ ନିର୍ଦ୍ଦେଶକ କୈଜାଦ୍ ଗୁସ୍ତାଦ୍ ଏକ ସର୍ତ୍ତ ରଖିଥିଲେ। ତାହା ହେଲା ଯେ ଏଥିରେ କ୍ୟାଟ୍ରିନାଙ୍କୁ ଚୁମ୍ବନ ଦୃଶ୍ୟ ଦେବାକୁ ପଡ଼ିବ। ‘ବୁମ୍‌’ରେ ଏକ ସିନ୍ ଥିଲା, ଯେଉଁଥିରେ ବଲିଉଡର ବ୍ୟାଡମ୍ୟାନ୍ ଗୁଲଶନ୍ ଗ୍ରୋଭରଙ୍କ ସହ ଚୁମ୍ବନ ଦେବାକୁ ପଡ଼ିଥିଲା କ୍ୟାଟ୍ରିନାଙ୍କୁ। ଏହି ସିନ୍‌ରେ ଅମିତାଭ ବଚ୍ଚନ ବି ଥିଲେ। କ୍ୟାଟ୍ରିନା ଆଗରୁ ରାଜି ହୋଇଥିଲେ।

ଏହି ଅସହଜ ଦୃଶ୍ୟ ଲାଗି କ୍ୟାଟ୍ରିନା କୈଫଙ୍କୁ ପ୍ରାୟ ଦୁଇଘଣ୍ଟା ଧରି ଏକ ବନ୍ଦ କକ୍ଷରେ ଗୁଲଶନ୍ ଗ୍ରୋଭରଙ୍କ ସହିତ ରହିବାକୁ ପଡ଼ିଥିଲା। ପ୍ରାୟ ଦୁଇଘଣ୍ଟା ଧରି ଏ ଦୁଇଜଣ କଳାକାର କିସ୍ ସିନର ରିହର୍ସାଲ୍ କରିଥିଲେ।

ଗୁଲସନ୍ ଓ କ୍ୟାଟ୍ରିନା କିସ୍‍ ସିନ୍ ପାଇଁ ଯେତେବେଳେ  କ୍ୟାମେରା ସାମ୍ନାକୁ ଆସିଲେ, ସେମାନେ ଦୁଇଟି ଟେକରେ ତାକୁ ଓକେ କରିଥିଲେ। ପରେ ଅବଶ୍ୟ କ୍ୟାଟ୍ରିନା ବ୍ୟାଡମ୍ୟାନଙ୍କ ସହିତ ଏହି ଚୁମ୍ବନ ଦୃଶ୍ୟକୁ ନିଜର ମସ୍ତବଡ ଭୁଲ୍ ବୋଲି ସ୍ୱୀକାର କରିଥିଲେ।

କ୍ୟାଟ୍ରିନା କୈଫ୍ ଏହାପରେ ଅବଶ୍ୟ ଫିଲ୍ମରେ ବି କିସ୍ ସିନ୍ କରିଛନ୍ତି। ଏଥିମଧ୍ୟରୁ ଏକ ଚର୍ଚ୍ଚିତ ଚୁମ୍ବନ ଦୃଶ୍ୟ ଥିଲା ଫିଲ୍ମ ‘ବ୍ୟାଙ୍ଗବ୍ୟାଙ୍ଗ୍‌’ରେ। ଏହି ସିନେମାରେ କ୍ୟାଟ୍ରିନା ବଲିଉଡ ସୁପରଷ୍ଟାର ହ୍ରିତିକ ରୋଶନଙ୍କ ସହିତ ଲିପ୍-ଲକ୍ କରିଥିଲେ। ଏହି ଫିଲ୍ମଟି ସୁପରହିଟ୍ ମଧ୍ୟ ହୋଇଥିଲା। ଠିକ୍ ସେହିପରି ହ୍ରିତିକଙ୍କ ସହିତ କ୍ୟାଟ୍ରିନାଙ୍କର ‘ଜିନ୍ଦେଗି ନା ମିଲେଗି ଦୋବାରା’ର ଚୁମ୍ବନ ଦୃଶ୍ୟ ବି ବେଶ୍ ଚର୍ଚ୍ଚିତ ହୋଇଥିଲା।

ବଲିଉଡର ମିଷ୍ଟର ପରଫେକସନିଷ୍ଟ ଅମୀର୍ ଖାନଙ୍କ ସହିତ ମଧ୍ୟ କ୍ୟାଟ୍ରିନା ବ୍ଲକବଷ୍ଟର ମୁଭି ‘ଧୂମ୍-୩ରେ’ କିସିଂ ସିନ୍ କରିଥିଲେ। ଫ୍ଲପ୍ ସିନେମା ‘ଫିତୁର’ରେ ବି କ୍ୟାଟ୍ରିନା ଅଭିନେତା ଆଦିତ୍ୟ ରୟ କପୁରଙ୍କ ସହିତ ଏକ ହଟ୍ କିସ୍ ସିନ୍ କରିଥିଲେ।

ବଲିଉଡର ଜଣାଶୁଣା ନାୟକ ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ବି ପରଦା ଉପରେ କିସ୍ କରିଛନ୍ତି କ୍ୟାଟ୍ରିନା କୈଫ୍। କ୍ୟାଟ୍ରିନା ଓ ସିଦ୍ଧାର୍ଥଙ୍କ ଫିଲ୍ମ ‘ବାର୍‌ବାର ଦେଖୋ’ରେ ଲିପ୍-ଲକ୍ କରିଥିଲେ।

ବଲିଉଡର ବାଦଶାହା ଶାହରୁଖ୍ ଖାନଙ୍କ ସହିତ ବି କ୍ୟାଟ୍ରିନା କୈଫ୍ କିସ୍ ସିନ୍ କରିଛନ୍ତି। ଏ ଦୁହିଁଙ୍କ ଚର୍ଚ୍ଚିତ ଚୁମ୍ବନ ଦୃଶ୍ୟ ଥିଲା ଫିଲ୍ମ ‘ଜବ୍ ତକ ହେ ଜାନ୍‌’ ସିନେମାରେ। କ୍ୟାଟ୍ରିନା ବଲିଉଡର ହାର୍ଟଥ୍ରୋବ୍ ରଣବୀର କପୁରଙ୍କ ସହିତ ବି ‘ଜଗା ଜାସୁସ୍‌’ ଫିଲ୍ମରେ ବି କିସ୍ ସିନ୍ କରିଥିଲେ।

ପ୍ରଥମ ଫିଲ୍ମର କିସ୍ ସିନ୍ ତାଙ୍କର ଭୁଲ୍ ଥିଲା ବୋଲି କହିଥିଲେ କ୍ୟାଟ୍ରିନା। କିନ୍ତୁ ଅନ୍ୟ କୌଣସି ସିନେମା ପାଇଁ ଦେଇଥିବା ଚୁମ୍ବନ ଦୃଶ୍ୟ ସମ୍ପର୍କରେ ସେଭଳି ଟିପ୍‌ପଣୀ ଦେଇନାହାନ୍ତି କ୍ୟାଟ୍ରିନା କୈଫ୍।

Comment