ଓଡ଼ିଶାଲାଇଭ୍ ବ୍ୟୁରୋ
ନାଇଜେରିଆ, ଯାହାକୁ ଆପଣ ଫେଡେରାଲ୍ ରିପବ୍ଲିକ୍ ଅଫ୍ ନାଇଜେରିଆ ଭାବରେ ଜାଣିଥିବେ। ଆଫ୍ରିକା ମହାଦେଶର ପଶ୍ଚିମରେ ଅବସ୍ଥିତ ଏହି ଦେଶରେ ଆପଣ ଅନେକ ପ୍ରକାରର ଅଜବ କଥା ଦେଖିବାକୁ ପାଇବେ। ସେଭଳି କିଛି ରୋଚକ କଥା ଜାଣନ୍ତୁ ନାଇଜେରିଆ ବିଷୟରେ।
ନାଇଜେରିଆର ଇଗବୋ-ଓରୋ ନାମକ ଏକ ସହର ଅଛି ଯାହାକୁ ଯମଜ ପିଲାମାନଙ୍କ ଟାଉନ୍ ବୋଲି କୁହାଯାଏ। କାରଣ ଏଠାରେ ପ୍ରତି ୧୦୦୦ ସନ୍ତାନରେ ୧୫୮ ଜଣ ଯମଜ ହୋଇ ଜନ୍ମ ହୋଇଥାନ୍ତି।
ସେହିପରି ନାଇଜେରିଆର ଫିଲ୍ମ ଇଣ୍ଡଷ୍ଟ୍ରୀକୁ ନାଲିବୁଡ୍ କୁହାଯାଏ। ଭାରତର ବଲିଉଡ୍ ପରେ ଏହା ବିଶ୍ୱରେ ସବୁଠୁ ଅଧିକ ଫିଲ୍ମ ନିର୍ମାଣ କରିବାର ଗୌରବ ଅର୍ଜନ କରିଛି। ପ୍ରତି ସପ୍ତାହରେ ଏଠାରେ ୫୦ରୁ ଅଧିକ ପିଲ୍ମ ରିଲିଜ୍ ହୋଇଥାଏ।
ଆପଣ ଜାଣିକରି ଆଶ୍ଚର୍ଯ୍ୟ ହେବେ ଯେ, ନାଇଜେରିଆରେ କେବଳ ୫୦୦ ପ୍ରକାର ଭାଷା ବ୍ୟବହାର ହୋଇଥାଏ। ଏଠାକାର ଜନଜାତି ମଧ୍ୟ କେତେକ ଭିନ୍ନ ଧରଣର ଭାଷା ବ୍ୟବହାର କରିଥାନ୍ତି। ଏଥିସହ ନାଇଜେରିଆରେ ବିଶ୍ୱର ସବୁଠୁ ବଡ଼ ଚର୍ଚ୍ଚ ଅଡିଟୋରିୟମ ରହିଛି। ଯେଉଁଥିରେ ୫୦ ହଜାର ଲୋକ ଏକାସାଥିରେ ବସିପାରିବା ଭଳି ବ୍ୟବସ୍ଥା ଅଛି।
















