ଓଡ଼ିଶାଲାଇଭ୍ବ୍ୟୁରୋ

କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓଡ଼ିଶାର ୧୧ଟି ଜିଲ୍ଲାକୁ ପ୍ରତି ଶନିବାର ଓ ରବିବାର ଦିନ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଜୁନ୍‌ ୩୦ ଯାଏଁ ଏହା ବଳବତ୍ତର ରହିବ। ଗଞ୍ଜାମ, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ ବଲାଙ୍ଗୀର ଜିଲ୍ଲା ସଟଡାଉନ୍‌ ରହିବ।

ସଟ୍‌ଡାଉନ୍‌ ବେଳେ କେବଳ ଜରୁରୀ ସେବା ମିଳିବ। ସ୍ୱାସ୍ଥ୍ୟସେବା ଯୋଗାଉଥିବା କର୍ମଚାରୀ, ଔଷଧ ଦୋକାନ, ପୋଲିସ, ମିଡିଆ, ପେଟ୍ରୋଲ ଟାଙ୍କି ଖୋଲା ରହିବ। ମାଲ ପରିବହନ କରୁଥିବା ଗାଡ଼ି ଚଳାଚଳ କରିପାରିବ। ଏହାଛଡ଼ା ସବୁ ଅଫିସ୍‌ ବନ୍ଦ ରହିବ। ଦୋକାନ ବଜାର ବନ୍ଦ ରହିବ। ହାଟ ମଧ୍ୟ ବନ୍ଦ ରହିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଘୋଷଣା କରିଛନ୍ତି।

ଜୁନ୍‌ ମାସ ଗୁରୁତ୍ୱପୂର୍ଣ୍ଣ ଥିବାରୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଘରୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ରାଜ୍ୟ ସରକାର କହିଛନ୍ତି।

Comment