ଓଡ଼ିଶାଲାଇଭ୍ ବ୍ୟୁରୋ

NHAI

ନାସନାଲ ହାଇଓ୍ୱେ ଅଥରିଟି ଅଫ୍ ଇଣ୍ଡିଆ (NHAI) ଅଧୀନରେ ଡେପୁଟି ମ୍ୟାନେଜର (ଟେକ୍ନିକାଲ) ପଦବୀରେ ସମୁଦାୟ ୪୮ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ଜୁନ୍ ମାସ ୧୫ ତାରିଖ ଯାଏଁ ଆବେଦନ ପ୍ରକ୍ରିୟା ଚାଲୁ ରହିବ।

ଯୋଗ୍ୟତା- ସିଭିଲ୍ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିବେ। ଚୟନ ପ୍ରକ୍ରିୟା ପ୍ରାର୍ଥୀ ହାସଲ କରିଥିବା ଗେଟ୍ (GATE) ସ୍କୋର୍ ୨୦୨୦ ଦ୍ୱାରା କରାଯିବ।

ବୟସ ସୀମା– ଅତିବେଶୀରେ ୩୦ ବର୍ଷ (ସଂରକ୍ଷିତ ବର୍ଗଙ୍କ ପାଇଁ ବୟସ ସୀମା କୋହଳ କରାଯାଇଛି)

ଦରମା- ୧୫୬୦୦ରୁ ୩୯୧୦୦ ଟଙ୍କା

ଆବେଦନ ପ୍ରକ୍ରିୟା– ଏହି ପଦବୀ ପାଇଁ ପ୍ରାର୍ଥୀମାନେ ଜୁନ୍ ୧୫ ଯାଏଁ ଅନଲାଇନ ଆବେଦନ କରିପାରିବେ।

ଏହି ନିଯୁକ୍ତି ସମ୍ପର୍କିତ ସବିଶେଷ ବିବରଣୀ ପାଇଁ nhai.gov.inରେ ଲଗ୍ଇନ୍ କରନ୍ତୁ।

Source- www.chakiri.plus

Comment