ଓଡ଼ିଶାଲାଇଭ୍ବ୍ୟୁରୋ

୪ ତାରିଖ ରାତି ୧୦ଟାରୁ ୬ ତାରିଖ ଦିନ ୨ଟା ଯାଏଁ ୧୪୪ ଧାରା ଲାଗୁ ହେବ।

ଜୁନ୍‌ ୫ ତାରିଖରେ ମହାପ୍ରଭୁଙ୍କ ସ୍ନାନଯାତ୍ରା। ଏଥିପାଇଁ ପୁରୀରେ ୧୪୪ ଧାରା ଲାଗୁ ହେବ ବୋଲି ଜିଲ୍ଲାପାଳ ବଲୱନ୍ତ ସିଂ ସୂଚନା ଦେଇଛନ୍ତି। ୪ ତାରିଖ ରାତି ୧୦ଟାରୁ ୬ ତାରିଖ ଦିନ ୨ଟା ଯାଏଁ ୧୪୪ ଧାରା ଲାଗୁ ହେବ।

ପୁରୀ ମାର୍କେଟ ଛକଠାରୁ କାକୁଡ଼ିଖାଇ ଛକ ଯାଏଁ ୧୪୪ ଧାରା ଲାଗୁ କରାଯିବ। ଏହାସହ ଶ୍ରୀମନ୍ଦିର ଚାରିପଟେ ମଧ୍ୟ ୧୪୪ ଧାରା ଲାଗୁ ହେବ। ସାଧାରଣ ଲୋକଙ୍କ ଯିବା ଆସିବା ଉପରେ ରୋକ ଲଗାଇବା ପାଇଁ ଏହି ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ କହିଛନ୍ତି।

କରୋନା କଟକଣା ଭିତରେ ଏଥର ସ୍ନନଯାତ୍ରା ନୀତି ସମ୍ପନ୍ନ ହେବ। ସାଧାରଣ ଭକ୍ତମାନେ ସ୍ନାନଯାତ୍ରା ଦେଖିପାରିବେ ନାହିଁ। ଲୋକଙ୍କ ସୁବିଧା ପାଇଁ ସ୍ନନଯାତ୍ରାର ସିଧାପ୍ରସାରଣ କରାଯିବ। ଏଥର ୧ଟାରୁ ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହେବ। ରତ୍ନବେଦୀରୁ ସ୍ନାନମଣ୍ଡପକୁ ମହାପ୍ରଭୁ ଗୋଟି ପହଣ୍ଡିରେ ଆସିବେ।

ସ୍ନାନଯାତ୍ରାରେ ଯେଉଁ ସେବାୟତମାନେ ସାମିଲ ହେବେ ସେମାନଙ୍କର କରୋନା ପରୀକ୍ଷା କରାଯାଇଛି।

Comment