ଓଡ଼ିଶାଲାଇଭ୍ ବ୍ୟୁରୋ

boycott-chinese-products f

ଗତ କିଛି ଦିନ ଧରି କରୋନା ସଂକଟ ସହ ମୁକାବିଲା କରିବା ପାଇଁ ବହୁତ ପ୍ରୟାସ ଚାଲିଛି। ଏଥିମଧ୍ୟରେ ବହୁ ବଲିଉଡ୍ କଳାକାର ଗରିବମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ତେବେ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆତ୍ମନିର୍ଭର ହେବା ସହ ସ୍ୱଦେଶୀ ଆପେଣେଇବାକୁ କହିଥିଲେ। ଏହା ପରେ ସୋସିଆଲ ମିଡିଆରେ “#BoycottChineseProducts” ନାମରେ ଏକ ଅଭିଯାନ ଆରମ୍ଭ ହୋଇଥିଲା। ଏବେ ଅନେକ ବଲିଉଡ୍ କଳାକାରଙ୍କୁ ଏହି ଅଭିଯାନର ସମର୍ଥନ କରିବାର ଦେଖିବାକୁ ମିଳିଛି। ଏହା ବ୍ୟତୀତ ସମସ୍ତେ ଟ୍ୱିଟ୍ ଜରିଆରେ ଅନ୍ୟମାନଙ୍କୁ କୌଣସି ଚାଇନିଜ୍ ପ୍ରଡକ୍ଟ ବ୍ୟବହାର ନକରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।

ଅଭିନେତା ଅର୍ସଦ ଓ୍ୱାର୍ସି ଟ୍ୱିଟ୍ ଦ୍ୱାରା କହିଛିନ୍ତି “ମୁଁ ସଚେତନତା ସହ ସମସ୍ତ ଚାଇନିଜ୍ ପ୍ରଡକ୍ଟ ବ୍ୟବହାର କରିବା ବନ୍ଦ କରିବାକୁ ଯାଉଛି। ଯଦିଓ ଆମ ବ୍ୟବହାର କରୁଥିବା ଅନେକ ଜିନିଷ ଚାଇନା ପ୍ରଡକ୍ଟ ଅଟେ ଏବଂ ଆମକୁ କିଛି ସମୟ ମଧ୍ୟ ଲାଗିବ, କିନ୍ତୁ ମୋର ବିଶ୍ୱାସ ବହୁତ ଜଲ୍ଦି ମୁଁ ଚାଇନିଜ୍ ଫ୍ରି ହୋଇଯିବି। ଆପଣମାନେ ମଧ୍ୟ ଚେଷ୍ଟା କରନ୍ତୁ।”

arshad warshi

ସେହିପରି ପ୍ରଖ୍ୟାତ ମଡେଲ୍ ତଥା ଅଭିନେତା ମିଲିନ୍ଦ୍ ସୋମନ୍ ଟ୍ୱିଟ୍ ଜରିଆରେ ସେ ଆଉ ଟିକ୍ ଟକ୍ ବ୍ୟବହାର ନ କରୁଥିବାର ସୂଚନା ଦେଇଛନ୍ତି।

milind somen

ଏହି କ୍ୟାମ୍ପେନରେ ସାମିଲ୍ ହୋଇଛନ୍ତି ଛୋଟ ପରଦାର ଅଭିନେତ୍ରୀ କାମ୍ୟା ପଞ୍ଜାବୀ। କାମ୍ୟା ଟ୍ୱିଟରେ କହିଛନ୍ତି “ମୋ ଫୋନରେ ଏଭଳି କୌଣସି ଆପ୍ଲିକେସନ୍ ଆଗରୁ ମଧ୍ୟ ନଥିଲା। ଯେଉଁମାନେ ବି ଏହି ଚାଇନିଜ୍ ପ୍ରଡକ୍ଟର ବ୍ୟବହାର କରୁଛନ୍ତି ମୁଁ ତାଙ୍କୁ ଏତିକି ଅନୁରୋଧ କରିବି, ଭାରତୀୟ ହୁଅନ୍ତୁ…ଭାରତୀୟ କିଣନ୍ତୁ।”

kamya punjabi

ଡ୍ରିମ ଗର୍ଲ ଡିରେକ୍ଟର ରାଜ୍ ସାଣ୍ଡିଲ୍ୟ ଏବଂ ରଣବୀର ସୋରୀ ମଧ୍ୟ ଟ୍ରେଣ୍ଡିଂରେ ଥିବା #BoycottChina କୁ ନିଜର ସମର୍ଥନ ଜଣାଇଛନ୍ତି।

Comment