ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲକ୍‌ଡାଉନ୍‌ ମଧ୍ୟରେ ରାଜଧାନୀ ଭୁବନେଶ୍ଵରରେ ନିଶା କାରବାର। ଖଣ୍ଡଗିରିରୁ ବ୍ରାଉନ ସୁଗାର ଜବତ କଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। ଏଥିରେ ଗୋଟିଏ ବାଇକ ସହ ଦୁଇ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ।

ଖଣ୍ଡଗିରିରେ ବ୍ରାଉନ ସୁଗାରର ଏକ ବଡ଼ ଧରଣର ଡିଲ୍‌ ଚାଲିଥିଲା। ଏହି ସମୟରେ କୌଣସି ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ ସେଠାରେ ଚଢ଼ାଉ କରିଥିଲା। ଜବତ ହୋଇଥିବା ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ଏକ କୋଟି ଟଙ୍କା ହେବ।

ଏହା ପୂର୍ବରୁ ଜାନୁଆରି ମାସରେ ହଳଦିପଡ଼ିଆ ବସ୍ତିରୁ ଜଣେ ମହିଳାଙ୍କଠାରୁ ବ୍ରାଉନ ସୁଗାର ଜବତ କରାଯାଇଥିଲା। ଏହାର ମୂଲ୍ୟ ପ୍ରାୟ ୫ଲକ୍ଷ ଟଙ୍କା ବୋଲି ଜଣାପଡ଼ିଥିଲା।

LEAVE A REPLY

Please enter your comment!
Please enter your name here