ଓଡ଼ିଶାଲାଇଭ୍ବ୍ୟୁରୋ

ଗୁଜରାଟ ଅହମଦାବାଦସ୍ଥିତ ପ୍ରସିଦ୍ଧ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଏବର୍ଷ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳିତ ହେବ ନାହିଁ। କରୋନା ମହାମାରୀ ଓ ସେଠାକାର ପରିସ୍ଥିତିକୁ ଆଖିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ୧୪୩ ବର୍ଷ ମଧ୍ୟରେ ଏଭଳି ପ୍ରଥମ ଥର ପାଇଁ ହେବାକୁ ଯାଉଛି। ଜନ ସମାଗମ ଯେଭଳି ହେବ ନାହିଁ ସେଥିପ୍ରତି ଦୃଷ୍ଟି ଦିଆଯିବ। ମନ୍ଦିରର ଟ୍ରଷ୍ଟି ମହେନ୍ଦ୍ର ଝା କହିଛନ୍ତି ଯେ, ରଥଯାତ୍ରାରେ ତିନୋଟି ରଥକୁ ସାମିଲ କରାଯିବ ଓ ପ୍ରତି ରଥକୁ ୩୦ ଜଣ  ଭକ୍ତ ଟାଣିବେ। ରଥଟଣା ସମୟରେ ମନ୍ଦିରର କର୍ମକର୍ତ୍ତା ଓ ପୂଜାରୀ ହିଁ ଉପସ୍ଥିତ ରହିବେ।

ମହେନ୍ଦ୍ର ଝା କହିଛନ୍ତି ଯେ, କରୋନା ଭାଇରସ ଯୋଗୁଁ ଏଥର ଟ୍ରକ ଉପରେ ଶ୍ରଦ୍ଧାଳୁ, ଆଖଡା, ଗାୟନ ମଣ୍ଡଳୀ ଆଦି ଯିବେ ନାହିଁ। ନିରାଡ଼ମ୍ବର ଭାବେ ରଥଯାତ୍ରା ପାଳନ କରିବା ସହ ପୂରା ରଥ ଟଣା ଲୋକେ ଟେଲିଭିଜନ ପରଦାରେ ହିଁ ଲାଇଭ ଦେଖିବେ।

ପରମ୍ପରା ଅନୁଯାୟୀ, ଅହମଦାବାଦରେ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ତିନି ରଥକୁ ନେଇ ରଥଯାତ୍ରା ପାଳନ କରାଯାଏ। ଚାରି ଶହ ବର୍ଷ ଧରି ଏହି ରଥଯାତ୍ରା ଅନୁଷ୍ଠିତ ହୋଇ ଆସୁଛି। କରୋନା ସଂକଟକୁ ଦେଖି ସକାଳୁ ସକାଳୁ ଶୀଘ୍ର ନୀତିକାନ୍ତି ସମ୍ପାଦନ କରାଯିବ ବୋଲି ଟ୍ରଷ୍ଟି କହିଛନ୍ତି। ସାମାଜିକ ଦୂରତା ବ୍ୟତୀତ ଅନ୍ୟ କଟକଣା ଓ ନିୟମ ମଧ୍ୟ ପାଳନ କରାଯିବ।

Comment