ଓଡ଼ିଶାଲାଇଭ୍ବ୍ୟୁରୋ

କରୋନା ସଙ୍କଟକୁ ନେଇ ଗୁରୁବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ଏଥିରେ କେନ୍ଦ୍ର ସରକାର ଦର୍ଶାଇଛନ୍ତି ଯେ, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି। ଏଥିପାଇଁ ଦେଶରେ ଏକ ବଡ଼ ମେକ୍‌-ସିଫ୍ଟ ହସ୍ପିଟାଲ ପ୍ରତିଷ୍ଠା କରିବାକୁ ପଡ଼ିବ।

କରୋନା ରୋଗୀଙ୍କ ଚିକିତ୍ସା ସାଧାରଣ ହସ୍ପିଟାଲଗୁଡ଼ିକରେ କରିବା ସମ୍ଭବ ନୁହେଁ। ଏଣୁ ଏଥିପାଇଁ ମେକ୍‌-ସିଫ୍ଟ ହସ୍ପିଟାଲ କାର୍ଯ୍ୟକ୍ଷମ କରି କରୋନା ରୋଗୀଙ୍କର ଦେଖାଶୁଣା କରିବାକୁ ପଡ଼ିବ। ଏହାସହ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଯେଉଁ ସ୍ୱାସ୍ଥ୍ୟ କର୍ମୀମାନେ ଆଗରେ ଅଛନ୍ତି ସେମାନଙ୍କୁ ମଧ୍ୟ ଅଣଦେଖା କରାଯିବା ଠିକ୍‌ ନୁହେଁ।

ଲକ୍‌ଡାଉନ୍‌ ବେଳେ ଯେଉଁ ଶ୍ରମିକମାନେ କମତପାନିରୁ ସେମାନଙ୍କ ପାଉଣା ପାଇ ନାହାନ୍ତି ସେନେଇ ସୁପ୍ରିମକୋର୍ଟ ପଚାରିଥିଲେ ଯେ ଏନେଇ କ’ଣ ପଦକ୍ଷେପ ନିଆଯାଇଛି। ଏନେଇ ସରକାର କହିଥିଲେ ଯେ, ଏହା କମ୍ପାନି ଏବଂ କର୍ମଚାରୀଙ୍କ ଭିତରର କଥା। ଏଥିରେ ଅଯଥା ପଶିବା ଠିକ୍‌ ନୁହେଁ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍‌ ୧୨ ତାରିଖରେ ହେବ ବୋଲି କୋର୍ଟ ଧାର୍ଯ୍ୟ କରିଛନ୍ତି।

ଗତ କିଛିଦିନ ହେଲା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଗତ ତିନି ଚାରି ଦିନ ହେଲା ପ୍ରତିଦିନ ୮ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଜି ସାରା ଦେଶରୁ ୯ ହଜାର ୩୦୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ସାରା ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଟପି ଯାଇଥିବାରୁ ଚିନ୍ତା ବଢ଼ିଛି।

Comment