ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ରହ୍ମପୁର ନିକଟସ୍ଥ ଗୋପାଳପୁର ଓଭରବ୍ରିଜ ରେଳ ଧାରଣରୁ ଉଦ୍ଧାର ହେଲା ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ। ମୃତ ମହିଳା ଜଣକ ହେଉଛନ୍ତି ଗଜପତିର ଜଣେ ଡିଏସ୍‌ପିଙ୍କ ପତ୍ନୀ। ଘଟଣା ପରେ ପୋଲିସ ସେଠାରେ ପହଞ୍ଚି ମୃତଦେହକୁ ଜବତ କରିଛି। କେଉଁ ପରିସ୍ଥିତିରେ ମହିଳାଙ୍କ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ।

ମହିଳା ଜଣକ ବୈଦ୍ୟନାଥପୁର ଥାନା ଖଡ଼ାସିଂରେ ସ୍ଵାମୀଙ୍କ ସହ ରହୁଥିଲେ। ତାଙ୍କ ସ୍ଵାମୀ ବୁଧବାର କଟକ ଯାଇଥିଲେ। ସେଠାରୁ ଫେରିବା ପରେ ସ୍ତ୍ରୀକୁ ଘରେ ପାଇନଥିଲେ। ପରେ ବହୁ ଖୋଜା ଖୋଜି କରିବା ପରେ ଗୋପାଳପୁର ଓଭରବ୍ରିଜ ଟ୍ରେନ ଲାଇନରୁ ତାଙ୍କ ମୃତଦେହ ପାଇଥିଲେ।

ସେ ବୁଧବାର ନିକଟସ୍ଥ ହନୁମାନ ମନ୍ଦିର ଯାଇଥିଲେ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ସେହି ରାସ୍ତା ଦେଇ ଫେରୁଥିବା ବେଳେ ରେଳ ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ହୋଇଥିବା ନେଇ ସନ୍ଦେହ କରାଯାଉଛି। ଏନେଇ ଅଧିକ ତଥ୍ୟ ପାଇଁ ପୋଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି।

Comment