ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

kartik aryan-1

ବଲିଉଡରେ ଚକୋଲେଟ୍ ବୟ ଭାବରେ ବେଶ୍ ପ୍ରଶଂସା ସାଉଁଟିଛନ୍ତି ଅଭିନେତା କାର୍ତ୍ତୀକ୍ ଆରିୟନ୍। ତାଙ୍କ ଡେବ୍ୟୁ ଫିଲ୍ମ ‘ପ୍ୟାର କା ପଞ୍ଚନାମା’ରେ ନିଜର ମନୋଲଗ୍ ସିନ୍ ପାଇଁ ସେ ବହୁତ ଚର୍ଚ୍ଚାକୁ ଆସିଥିଲେ। ତେବେ ଏକ ଇଣ୍ଟରଭ୍ୟୁରେ କାର୍ତ୍ତୀକ୍ ନିଜର ପ୍ରଥମ ପିଲ୍ମକୁ ନେଇ ନିଜ ଘରଲୋକଙ୍କ ପ୍ରତିକ୍ରିୟା ବିଷୟରେ ଜଣାଇଥିଲେ।

kartik with mother

ତେବେ ‘ଫିଲ୍ମ ପ୍ୟାର କା ପଞ୍ଚନାମା’ରେ କାର୍ତ୍ତୀକଙ୍କ ନାୟିକା ସାଜିଥିଲେ ଅଭିନେତ୍ରୀ ନୁସରତ ଭରୁଚା। ଏହି ଫିଲ୍ମରେ ନୁସରତଙ୍କ ସହ ତାଙ୍କର ଏକ କିସିଙ୍ଗ୍ ସିନ୍ ମଧ୍ୟ ଥିଲା। ତେବେ ଏହି ସିନ୍ ପାଇଁ ଆଦୌ ପ୍ରସ୍ତୁତ ନ ଥିଲେ କାର୍ତ୍ତୀକ୍। ପରେ ଡିରେକ୍ଟର ଲବ୍ ରଞ୍ଜନ ବାଧ୍ୟ କରିବାରୁ ସେ ଏହି ସ୍ନ୍ ପାଇଁ ହଁ କହିଥିଲେ।

କାର୍ତ୍ତୀକ କହିଥିଲେ ଯେ ଯେତେବେଳେ କାର୍ତ୍ତୀକଙ୍କ ମା ଏହି ଫିଲ୍ମଟିକୁ ଦେଖିଥିଲେ ସେ ବହୁତ ରାଗି ଯାଇଥିଲେ। ଫିଲ୍ମରେ ନୁସରତଙ୍କ ସହ କାର୍ତ୍ତୀକଙ୍କ କିସିଙ୍ଗ୍ ସିନ୍ ଦେଖି ସେ ପୂରା କାନ୍ଦି ପକାଇଥିଲେ।

kartik with nusrat

କାର୍ତ୍ତୀକ ନିଜ ଫିଲ୍ମ କ୍ୟାରିୟର ପାଇଁ ପାଠପଢ଼ା ଛାଡ଼ିଦେଇଥିଲେ। ପରେ ଫିଲ୍ମରେ ତାଙ୍କୁ କିସିଙ୍ଗ୍ ସିନ୍ ମଧ୍ୟ ଦେବାକୁ ପଡ଼ିଥିଲା। ଏହି ସବୁ କାରଣ ଯୋଗୁଁ ମା ରାଗିଯାଇଥିଲେ ବୋଲି କହିଥିଲେ କାର୍ତ୍ତୀକ୍।

Comment