ଓଡ଼ିଶାଲାଇଭ୍ ବ୍ୟୁରୋ

BJB Auto. College

ବି.ଜେ.ବି ସ୍ୱୟଂଶାସିତ କଲେଜ୍ ଅଧୀନରେ ବି.ଏଡ୍ କୋର୍ସ (ଦୁଇ ବର୍ଷିଆ) ପାଇଁ ଅଧ୍ୟାପକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ଜୁନ୍ ୮ରୁ ୧୦ ଯାଏଁ ଚାଲୁ ରହିବ ଓ୍ୱାକ୍ ଇନ୍ ଇଣ୍ଟରଭ୍ୟୁ। ଏହି ନିଯୁକ୍ତି ବିଭିନ୍ନ ବିଭାଗରେ ଦିଆଯିବ।

ବିଭାଗ:

ଏଜୁକେସନ୍ (ଏଜୁକେସ୍ ବା ଫାଉଣ୍ଡାସେନ୍ କୋର୍ସ) – ୨ଟି ପଦବୀ

  • ଯୋଗ୍ୟତା- ସୋସିଆଲ୍ ସାଇନ୍ସ,ରେ ଅତିକମରେ ୫୫ ପ୍ରତିଶତ ମାର୍କ ସହ ସ୍ନାତକୋତ୍ତର ଡିଗ୍ରୀ ଏବମ ଏମ୍.ଏଡ୍ ଡିଗ୍ରୀ (୫୫% ସହ) ହାସଲ କରିଥିବେ ବା ଏଜୁକେସନରେ ସ୍ନାତକୋତ୍ତର ଡିଗ୍ରୀ ସହ ବି.ଏଡ୍ ଡିଗ୍ରୀ (୫୫ %) ହାସଲ କରିଥିବେ।
  • ଇଣ୍ଟରଭ୍ୟୁ ସମୟ– ଜୁନ୍ ୮ ସକାଳ ୧୧ଟା

ଇନଷ୍ଟ୍ରକ୍ଟର-ଫାଇନ୍ ଆର୍ଟସ୍ – ଗୋଟିଏ ପଦବୀ

  • ଯୋଗ୍ୟତା- ଫାଇନ୍ ଆର୍ଟସରେ ୫୫ ପ୍ରତିଶତ ସହ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବେ।
  • ଇଣ୍ଟରଭ୍ୟୁ ସମୟ– ଜୁନ୍ ୮ ଅପରାହ୍ଣ ୨ଟା

ଏଜୁକେସନ୍ (ମ୍ୟାଥେମେଟିକ୍ସ ଏବଂ ପେଡାଗୋଜୀ) – ଗୋଟିଏ ପଦବୀ

  • ଯୋଗ୍ୟତା- ସାଇନ୍ସରେ (ମ୍ୟାଥ୍, ଫିଜିକ୍ସ, କେମେଷ୍ଟ୍ରୀ) ସ୍ନାତକୋତ୍ତର କରିଥିବେ ଏବଂ ଏମ୍.ଏଡ୍ ଡିଗ୍ରୀ ହାସଲ କରିଥିବେ। (୫୫%)
  • ଇଣ୍ଟରଭ୍ୟୁ ସମୟ- ଜୁନ୍ ୯ ସକାଳ ୧୧ଟା

ଏଜୁକେସନ୍ (ସାଇନ୍ସ ପେଡାଗୋଜୀ) – ଗୋଟିଏ ପଦବୀ

  • ଯୋଗ୍ୟତା- ବାୟୋ ସାଇନ୍ସରେ ସ୍ନାତକୋତ୍ତର ଡିଗ୍ରୀ ଏବଂ ଏମ୍.ଏଡି ଡିଗ୍ରୀ ହାସଲ କରିଥିବେ। (୫୫%)
  • ଇଣ୍ଟରଭ୍ୟୁ ସମୟ– ଜୁନ୍ ୯ ଅପରାହ୍ଣ ୨ଟା

ଏଜୁକେସନ୍ (ଲାଙ୍ଗୁଏଜ୍ ପେଡାଗୋଜୀ) – ଗୋଟିଏ ପଦବୀ

  • ଯୋଗ୍ୟତା- ଆର୍ଟସ୍ (ଇଂରାଜୀ)ରେ ସ୍ନାତକୋତ୍ତର ଡିଗ୍ରୀ ଏବଂ ଏମ୍.ଏଡି ଡିଗ୍ରୀ ହାସଲ କରିଥିବେ। (୫୫%)
  • ଇଣ୍ଟରଭ୍ୟୁ ସମୟ- ଜୁନ୍ ୧୦ ସକାଳ ୧୧ଟା

ଏଜୁକେସନ୍ (ସୋସିଆଲ୍ ସାଇନ୍ସ ପେଡାଗୋଜୀ)

  • ଯୋଗ୍ୟତା- ସୋସିଆଲ୍ ସାଇନ୍ସ (ହିଷ୍ଟ୍ରୀ/ଜୋଗ୍ରାଫୀ)ରେ ସ୍ନାତକୋତ୍ତର ଡିଗ୍ରୀ ଏବଂ ଏମ୍.ଏଡି ଡିଗ୍ରୀ ହାସଲ କରିଥିବେ। (୫୫%)
  • ଇଣ୍ଟରଭ୍ୟୁ ସମୟ– ଜୁନ୍ ୧୦ ଅପରାହ୍ଣ ୨ଟା

ଇଣ୍ଟରଭ୍ୟୁ ସ୍ଥାନ– ଡିପାର୍ଟମେଣ୍ଟ ଅଫ୍ ବି.ଏଡ୍, ନିୟୁ ଆର୍ଟସ୍ ବ୍ଲକ୍, ବି.ଜେ.ବି ଅଟୋନୋମସ୍ କଲେଜ୍, ଭୁବନେଶ୍ୱର

ଏହି ନିଯୁକ୍ତି ସମ୍ବନ୍ଧୀତ ଅଧିକ ସୂଚନା ପାଇଁ bjbcollege.inରେ କ୍ଲିକ୍ କରନ୍ତୁ।

Comment