ଓଡ଼ିଶାଲାଇଭ୍ ବ୍ୟୁରୋ

ଶରୀରକୁ ସୁସ୍ଥ ରଖିବାକୁ ଆବଶ୍ୟକ ବିଭିନ୍ନ ପୋଷକ ତତ୍ତ୍ୱ ଯଥା ଭିଟାମିନ୍, ମିନେରାଲ୍ସ, ପ୍ରୋଟିନ୍ ଏବଂ ଆଇରନ୍ ଇତ୍ୟାଦି। ତେବେ ଶରୀର ପାଇଁ ଦରକାରୀ ଭିଟାମିନ୍ସଗୁଡ଼ିକ ମଧ୍ୟରୁ ଭିଟାମିନ୍ କେ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ସଠିକ୍ ଭାବେ ରକ୍ତ ସଞ୍ଚାଳନ ହେବାରେ ସାହାଯ୍ୟ କରେ। ତେଣୁ ନିଜ ପ୍ରତିଦିନିଆ ଖାଦ୍ୟପେୟରେ ଭିଟାମିନ କେ ଥିବା ପନିପରିବା ସାମିଲ୍ କରିବା ନିହାତି ଆବଶ୍ୟକ।

ଆସନ୍ତୁ ଜାଣିବା କେଉଁ ପରିବାରେ ଥାଏ ଭିଟାମିନ୍ କେ-

ପାଳଙ୍ଗ

palak

ପାଳଙ୍ଗରେ ଭରି ରହିଛି ଭିଟାମିନ୍ କେ। ଏହା ବ୍ୟତୀତ ଏତିରେ ରହିଛି ଭିଟାମିନ୍ ଏ, କ୍ୟାଲସିୟମ୍, ବିଟା କ୍ୟାରୋଟିନ୍ ଭଳି ପୋଷକ ତତ୍ତ୍ୱ। ଦଖିବାକୁ ଗଲେ ଏକ କପ୍ ପାଳଙ୍ଗପତ୍ରରେ ଥାଏ ୧୦୧୭ ମାଇକ୍ରୋଗ୍ରାମ ପୋଷକତତ୍ତ୍ୱ।

କେଲ୍

kale

କେଲ୍ ହେଉଛି ଏକ ପ୍ରକାର ପତ୍ର ଯେଉଁଥିରେ ରହିଛି ପ୍ରଚୁର ପରିମାଣରେ ଭିଟାମିନ୍ କେ। ଏହାକୁ ସାଲାଡ୍ ଭାବେ ଖାଇପାରିବେ। ଏକ କପ୍ କେଲ୍ ପତ୍ରରେ ରହିଛି ୧୧୪୭ ମାଇକ୍ରୋଗ୍ରାମ୍ ଭିଟାମିନ୍।

ବ୍ରୋକଲି

broccoli-

ଅନେକ ପ୍ରକାର ପୋଷକ ତତ୍ତ୍ୱର ମୁଖ୍ୟ ଉତ୍ସ ଭାବେ ପରିଚିତ ବ୍ରୋକଲି। ଏଥିରେ ରହିଛି କ୍ୟାଲସିୟମ, ଆଇରନ୍, ପ୍ରୋଟିନ୍ ଏଭଂ ଭିଟାମିନ। ଏହାକୁ ରାନ୍ଧଇବା ସହ ସାଲାଡ୍ କରି ମଧ୍ୟ ଖାଇପାରିବେ। ଏକ କପ ବ୍ରୋକଲିରେ ଅଛି ୨୨୦ ମାଇକ୍ରୋଗ୍ରାମ ଭିଟାମିନ୍ କେ।

ଗାଜର

carot

ଶରୀରରେ ରକ୍ତ ତିଆରି କରିବାରେ ସାହାଯ୍ୟ କରିଥାଏ ଗାଜର। ଏହାକୁ ଆପଣ ସିଝା, କଞ୍ଚା ବା ରାନ୍ଧିକି ଖାଇପାରିବେ। ଏହା ବ୍ୟତୀତ ଏହାର ଜୁସ୍ ମଧ୍ୟ ଶରୀର ପାଇଁ ବେଶ୍ ଉପକାରୀ। ଏକ କପ୍ ଗାଜରରେ ରହିଛି ୧୦.୭ ମାଇକ୍ରୋଗ୍ରାମ ଭିଟାମିନ୍ କେ।

ସାଲଗମ୍

salgam

ସାଲଗମରେ ମଧ୍ୟ ରହିଛି ପ୍ରଚୁର ପରିମାଣରେ ଭିଟାମିନ୍ କେ। ଏହା ବ୍ୟତୀତ ଭିଟାମିନ୍ ସି, ଫୋଲେଟ୍, କ୍ୟାଲସିୟମ୍, ଆଇରନ୍ ଆଧି ପୋଷକ ତତ୍ତ୍ୱ ମଧ୍ୟ ରହିଛି। ଏହାର ଶାଗ ରାନ୍ଧଇ ବା ସାଲାଡ୍ ମଧ୍ୟ ବ୍ୟବହାର କରି ଖାଇପାରିବେ। ଅଧା କପ୍ ସାଲଗମରେ ୪୪୧ ମିଲିଗ୍ରାମ ଭିଟାମିନ୍ ଏ, ୮୫୧ ମାଇକ୍ରୋଗ୍ରାମ ଭିଟାମିନ୍ କେ ଏବଂ ୨୪ ମାଇକ୍ରୋଗ୍ରାମ କ୍ୟାଲୋରୀ ଥାଏ।

Comment