ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଭିନ୍ନ ସ୍ଥାନରେ ଯେଉଁ ପ୍ରବାସୀ ଶ୍ରମିକ ଅଟକି ରହିଛନ୍ତି ସେମାନଙ୍କୁ ୧୫ ଦିନ ମଧ୍ୟରେ ନିଜ ନିଜ ଘରକୁ ପଠାଇବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଟକି ରହିଥିବା ଶ୍ରମିକମାନଙ୍କ ଦୁଃସ୍ଥିତି ସଂପର୍କରେ ସର୍ବୋଚ୍ଚ ନ୍ୟାୟାଳୟ ଏକ ଶୁଣାଣି ଆରମ୍ଭ କରି ଏହି ନିର୍ଦ୍ଦେଶ ଦେଇଛନ୍ତି।’କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ଆମେ ୧୫ ଦିନ ସମୟ ଦେଉଛୁ ଯେଉଁ ସମୟ ମଧ୍ୟରେ ସମସ୍ତ ଶ୍ରମିକ ନିଜ ନିଜ ଘରକୁ ଫେରିବେ’ ଏକଥା କହିଛନ୍ତି ବିଚାରପତି।କେନ୍ଦ୍ର ଓ ରାଜ୍ୟ ସରକାର ମାନେ ଶ୍ରମିକ ମାନଙ୍କୁ ନେବା ବନ୍ଦୋବସ୍ତ କରିବା ପାଇଁ ଏହି ନିର୍ଦ୍ଦେଶରେ କୁହାଯାଇଛି।

ଲକଡଉନରେ ଫସି ରହିଥିବା ଶ୍ରମିକଙ୍କ ଦୁଃଖ ଓ ଯନ୍ତ୍ରଣାକୁ ନେଇ ଜଷ୍ଟିସ ଅଶୋକ ଭୂଷଣ ଏହି ନିର୍ଦ୍ଦେଶ ମଧ୍ୟ  ଦେଇଛନ୍ତି ଯେ, ଘରକୁ ଫେରିଥିବା ଶ୍ରମିକଙ୍କୁ କାମ ଧନ୍ଦା କେମିତି  ଯୋଗାଇବେ ଓ ଅନ୍ୟ ସୁଵିଧା କଣ କଣ ମିଳିବ ସେ ନେଇ ରାଜ୍ୟ ସରକାରମାନେ ସୁପ୍ରିମକୋର୍ଟକୁ ଲେଖି ଜଣାଇବେ।

ପ୍ରବାସୀ ଶ୍ରମିକଙ୍କ ପଞ୍ଜୀକରଣ ବି ହେବା ଉଚିତ ବୋଲି ସଲିସିଟର ଜେନେରାଲ ତୁଷାର ମେହେଟାଙ୍କୁ ସୁପ୍ରିମକୋର୍ଟ ବିଚାରପତି କହିଛନ୍ତି।

ପ୍ରବାସୀ ଶ୍ରମିକଙ୍କ ସମସ୍ୟା ସମ୍ପର୍କରେ ସୁପ୍ରିମକୋର୍ଟ ନିଜ ଆଡୁ ମାମଲାକୁ ଗ୍ରହଣ କରି ଏହି ସବୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରମିକଙ୍କୁ କିପରି ନିଆଯିବ, ସେମାନଙ୍କର ପଞ୍ଜୀକରଣ ଓ ରୋଜଗାରକୁ ନେଇ ଆସନ୍ତା ମଙ୍ଗଳବାର ଦିନ ବିସ୍ତୃତ ରାୟ ପ୍ରକାଶ ପାଇବ। ମେ ୨୮ ତାରିଖରେ ଏହି ଗମ୍ଭୀର ସମସ୍ୟାକୁ ବିଚାରକୁ ନେଇ ସୁପ୍ରିମକୋର୍ଟ କହିଥିଲେ ଯେ ପ୍ରବାସୀ ଶ୍ରମିକ ଘରକୁ ଫେରିବା ପାଇଁ କୌଣସି ପ୍ରକାର ଗାଡ଼ି ଭଡ଼ା ଦେବେ ନାହିଁ।

Comment