ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୩୨ ବର୍ଷ ବୟସରେ ଆଜି ପାଦ ଦେଇଛନ୍ତି ବଲିଉଡ ଗାୟିକା ନେହା କକ୍କର।

ନେହା କକ୍କର, ବଳିଉଡର ଜଣାଶୁଣା ସିଙ୍ଗର। ଏକ୍ସପ୍ରେସନ କୁଇନ ଭାବେ ସେ ସବୁଠି ପରିଚିତ। ତାଙ୍କର ସବୁ ଗୀତ ମଧ୍ୟ ହିଟ୍‌। କିନ୍ତୁ ଆପଣ ଜାଣନ୍ତି କି ନେହାଙ୍କ ପିଲା ବେଳେ ବହୁ ଦୁଃଖ କଷ୍ଟରେ କଟିଛି। ସେ ଆଜି ଯେଉଁ ସଫଳତା ପାଇଛନ୍ତି ସେଥିପାଇଁ ତାଙ୍କୁ ବହୁ ସଂଘର୍ଷ କରିବାକୁ ପଡ଼ିଛି।

୨୦୦୬ରେ ନେହା କକ୍କର ଇଣ୍ଡିଆନ ଆଇଡଲର ପ୍ରତିଯୋଗୀ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ନେହା ବଲିଉଡର ଅନେକ ଲୋକପ୍ରିୟ ଗୀତ ଗାଇଛନ୍ତି। ଗୀତ ଗାଇବା ବ୍ୟତୀତ ନେହାଙ୍କୁ ଡ୍ୟାନ୍ସ ମଧ୍ୟ ବହୁତ ପସନ୍ଦ। ସେ ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ନିଜର ଡ୍ୟାନସିଙ୍ଗ୍ ଭିଡିଓ ସେୟାର କରିଥାଆନ୍ତି।

ନେହା ଯେତେବେଳେ ୪ ବର୍ଷର ହୋଇଥିଲେ ସେତେବେଳେ ସେ ଗୀତ ଗାଇବା ଆରମ୍ଭ କରିଥିଲେ। ତାଙ୍କ ଜନ୍ମ ୠଷିକେଶରେ। ପରେ ସେ ପରିବାର ସହିତ ଦିଲ୍ଲୀ ଆସିଥିଲେ। ନେହାଙ୍କ ଭାଇ ଟୋନି ଓ ଭଉଣୀ ସୋନୁ ମଧ୍ୟ ଜଣେ ଜଣେ ଗାୟକ।  ଦିଲ୍ଲୀରେ ରହୁଥିବା ସମୟରେ ନେହା ତାଙ୍କ ଭାଇ ଭଉଣୀଙ୍କ ସହ ମିଶି ମନ୍ଦିରରେ ଭଜନ ଗାଉଥିଲେ।

ପରବର୍ତ୍ତୀ ସମୟରେ ନେହାଙ୍କ ଭାଗ୍ୟ ବଦଳି ଯାଇଥିଲା। ଯେଉଁ ସୋ’ରେ ଦିନେ ନିଜେ ପ୍ରତିଯୋଗୀ ଭାବେ ଛିଡ଼ା ହୋଇଥିଲେ ସେଇଠି ଏବେ ଜଜ୍‌ ହେବାର ସୋଭଗ୍ୟ ପାଇଛନ୍ତି ନେହା।

Comment