ଓଡ଼ିଶାଲାଇଭ୍ ବ୍ୟୁରୋ

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ଖଲ୍ଲିକୋଟ ବ୍ଲକ ବାଦପଲ୍ଲୀ ପଞ୍ଚାୟତର ୯ଟି ଗାଁ କଣ୍ଟେନମେଣ୍ଟ ଜୋନ୍ ଓ ୧୦ଟି ଗାଁକୁ ବଫର ଜୋନ୍ ଘୋଷଣା କରାଯାଇଛି। ସେହିପରି ଏହି ବ୍ଲକର ଆୟିତ୍ତିପୁର ପଞ୍ଚାୟତର ଗୋଟିଏ ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଓ ୧୨ଟି ଗାଁକୁ ବଫର ଜୋନ ଘୋଷଣା କରାଯାଇଛି।
ବାଦପଲ୍ଲୀ ପଞ୍ଚାୟତର ବିଭିନ୍ନ ଅସ୍ଥାୟୀ ସ୍ଵାସ୍ଥ୍ୟ କେନ୍ଦ୍ର (ଟିଏମ୍ସି)ରେ ନିୟୋଜିତ ୧୨ ଜଣ କର୍ମଚାରୀ ଓ ଆୟିତ୍ତିପୁର ପଞ୍ଚାୟତର ୩ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।
ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ କଣ୍ଟେନମେଣ୍ଟ ଜୋନରେ କେହି ଚଳପ୍ରଚଳ କରିପାରିବେ ନାହିଁ। ବାହାରୁ କେହି ଜୋନ୍ରେ ପ୍ରବେଶ କରିପାରିବେ ନାହିଁ। ଏହାସହ ସେଠାରେ ପ୍ରଶାସନ ତରଫରୁ ଜରୁରୀ ସେବା ଯୋଗାଇ ଦିଆଯିବ।

















