ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ପାଇଁ ଭଲ ଖବର। ଆଜି ରାଜ୍ୟରେ ସର୍ବାଧିକ ୧୭୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାସହ ରାଜ୍ୟରେ ମୋଟ୍‌ ୧,୮୯୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

ସୁସ୍ଥ ହୋଇଥିବା ୧୭୮ ଜଣଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୩୯, ଗଜପତିରୁ ୨୩ ନୂଆପଡ଼ାରୁ ୨୨, ଭଦ୍ରକରୁ ୧୭, ନୟାଗଡ଼ରୁ ୧୫, ଗଞ୍ଜାମରୁ ୧୪, କେନ୍ଦ୍ରାପଡ଼ାରୁ ୧୦, କନ୍ଧମାଳ ଓ ଢେଙ୍କାନାଳରୁ ୯ ଜଣ ଲେଖାଏଁ, ସୁନ୍ଦରଗଡ଼ରୁ ୬, ବାଲେଶ୍ଵରରୁ ୪, କଟକ, ବଲଙ୍ଗିର ଓ ମାଲକାନଗିରିରୁ ୨ ଜଣ ଲେଖାଏଁ, ଜଗତସିଂହପୁର, ଝାରସୁଗୁଡ଼ା, ନବରଙ୍ଗପୁର ଓ ପୁରୀରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।

ସେହିପରି ଆଜି ରାଜ୍ୟରେ ୭୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୭୨ ଜଣ କ୍ଵାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩ ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡ଼ିଛି।

ଏହାସହ ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୮୫୬ରେ ପହଞ୍ଚିଛି। ସେହିପରି ୧, ୮୯୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୯୫୧ ଜଣ ସକ୍ରିୟ ରହିଛନ୍ତି। ଅନ୍ୟପକ୍ଷରେ ଆଜିକୁ ମିଶାଇ ରାଜ୍ୟରେ ୯ ଜଣ କରୋନାରେ ପ୍ରାଣ ହରାଇଛନ୍ତି।

Comment