ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁସ୍ଥ ରହିବା ପାଇଁ ଦିନକୁ ୮ରୁ ୧୦ ଗ୍ଲାସ ପାଣି ପିଇବା କଥା ତ ଆପଣ ଜାଣିଥିବେ। ହେଲେ ଆପଣ ଜାଣନ୍ତି କି ଉଷୁମ ପାଣି ପିଇବା ଦ୍ୱାରା ମଧ୍ୟ ଶରୀରକୁ ବିଭିନ୍ନ ଫାଇଦା ମିଳିଥାଏ। ତ୍ୱଚାରେ ଚମକ ଆଣିବାଠୁ ଆରମ୍ଭ କରି ଓଜନ କମ୍‌ କରିବା ଏବଂ ବିଭିନ୍ନ ରୋଗରୁ ମୁକ୍ତି ଦେବା ପର୍ଯ୍ୟନ୍ତ ସାହାଯ୍ୟ କରେ ଉଷୁମ ପାଣି।

ଓଜନ କମ୍‌ କରିଥାଏ

ଯଦି ଆପଣ ଓଜନ କମାଇବାକୁ ଚାହୁଁଛନ୍ତି ତେବେ  ପ୍ରତିଦିନ ଆପଣ ଉଷୁମ ପାଣି ପଇପାରିବେ। ଲଗାତର ୩ ମାସ ଏହି ଅଭ୍ୟାସ କରିବା ଦ୍ୱାରା ଆପଣ ଫରକ ନିଶ୍ଚୟ ଜାଣି ପାରିବେ।

ଉଷୁମ ପାଣି ପିଇଲେ ଶରୀର ତାପମାନ ବୃଦ୍ଧି ହୋଇଥାଏ। ଫଳରେ ଝାଳ ବାହାରିଥାଏ। ଫଳରେ ଦେହରୁ ଝାଳ ବାହାରିଥାଏ। ଝାଳ ଦ୍ୱାରା ଶରୀରୁ ଅସୁଦ୍ଧ କଣିକା ସବୁ ବାହାରିଥାଏ।

କେଶ ପାଇଁ ଉପକାରୀ

ଉଷୁମ ପାଣି ପିଇବା କେଶ ପାଇଁ ଉପକାରୀ ହୋଇଥାଏ। ପ୍ରତିଦିନ ଉଷୁମ ପାଣି ପିଇଲେ କେଶ ଉପରେ ଏହା ଭଲ ପ୍ରଭାବ ପକାଇଥାଏ।

ପେଟକୁ ସଫା ରଖେ

ଉଷୁମ ପାଣି ପିଇବା ଦ୍ୱାରା ପାଚନ କ୍ରିୟା ସକ୍ରିୟ ରହିଥାଏ। ଖାଦ୍ୟ ଖାଇବା ପରେ ଗୋଟିଏ ଗ୍ଲାସ ଉଷୁମ ପାଣି ପିଇଲେ ଏହା ଗ୍ୟାସ ସମସ୍ୟାରୁ  ମୁକ୍ତି ଦେଇଥାଏ।

Comment