ଓଡ଼ିଶାଲାଇଭ୍‌ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଖୋର୍ଦ୍ଧା ସବ୍‌-ଜେଲରେ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଚଢ଼ାଉ। ଚଢ଼ାଉ ବେଳେ ଗୋଟେ ପ୍ଲାଟୁନ ପୋଲିସ ମୁତୟନ ରହିଥିଲା। ଜେଲ ଭିତରେ ନିଶା କାରବାର ଭିଡିଓ ଭାଇରଲ ପରେ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ପରେ ଖୋର୍ଦ୍ଧା ଉପ-ଜିଲ୍ଲାପାଳ କହିଛନ୍ତି ଯେ କିଛି ବିଡି, ସିଗାରେଟ ଓ ଡିଆସିଲ ବ୍ୟତୀତ ଆଉ କୌଣସି ଜିନିଷ ମିଳିନାହିଁ। ଭିଡିଓରେ ଯେଉଁମାନେ ରହିଛନ୍ତି ସେମାନଙ୍କ ମୁହଁ ସ୍ପଷ୍ଟ ହେଉନାହିଁ। ତେଣୁ ସେମାନଙ୍କୁ ଚିହ୍ନି ହେଉନାହିଁ।

ଖୋର୍ଦ୍ଧା ସବ୍‌ ଜେଲରେ ବ୍ରାଉନ ସୁଗାର ଓ ଅନ୍ୟାନ୍ୟ ନିଶା କାରବାର ହେଉଥିବାର ଭିଡିଓ ଶନିବାର ଭାଇରାଲ ହୋଇଥିଲା। କଏଦୀମାନେ ଖୁଲମ ଖୁଲା ନିଶା କାରବାର କରୁଥିବାର ଦେଖିବାକୁ ମିଳିଥିଲା। ଏସବୁ ଜେଲ କର୍ତ୍ତୃପକ୍ଷ ଜାଣି ମଧ୍ୟ ଚୁପ ରହୁଥିବା ଅଭିଯୋଗ ହୋଇଥିଲା।

ତେବେ ଏହାକୁ ନେଇ ଏବେ ଖୋଳତାଡ଼ ଆରମ୍ଭ କରିଛି ପୋଲିସ। ଜେଲ୍‌ରୁ କୌଣସି ପ୍ରମାଣ ମିଳିନଥିବା ବେଳେ ଏହି ଘଟଣାର ଆହୁରି ଖୋଳତାଡ଼ କରାଯିବ ବୋଲି ପୋଲିସ ସୂଚନା ଦେଇଛି।

Comment