ଓଡ଼ିଶାଲାଇଭ୍ ବ୍ୟୁରୋ

corn samosa-3

ବର୍ଷାରେ ଚା’ ସାଙ୍ଗକୁ କିଛି ଚଟପଟା ଖାଇବାକୁ ମନ ହୁଏ। ଏହି ସମୟରେ ଏପରି କିଛି ଖାଦ୍ୟ ବନାନ୍ତୁ ଯାହା ସ୍ୱାଦିଷ୍ଟ ହେବା ସହ ଶୀଘ୍ର ତିଆରି ହେଇପାରିବ। ଆଜି ଆମେ ଆପଣଙ୍କୁ କହିବୁ ଏମିତି ଏକ ଟେଷ୍ଟି ସ୍ନାକ ବିଷୟରେ। ଏହା ହେଉଛି କର୍ଣ୍ଣ ସମୋସା ବା ମକା ସିଙ୍ଗଡ଼ା। ଏହାକୁ ଆପଣ କମ୍ ସମୟରେ ଘରେ ତିଆରି କରିପାରିବେ। ଆସନ୍ତୁ କିମିତି ପ୍ରସ୍ତୁତ ହୁଏ ଏହି ମକା ସିଙ୍ଗଡ଼ା-

ଆବଶ୍ୟକୀୟ ସାମଗ୍ରୀ- ୨ ତାଟିଆ ମଇଦା, ୨୦୦ ଗ୍ରାମ ଆଳୁ, ୩ ଚାମଚ ମକା, ଏକ ଚାମଚ ଧଣିଆ ପତ୍ର, ଏକ ଚାମଚ ପୁଦିନା ପତ୍ର, ତେଲ, ଜିରା, ଗରମ ମସଲା, ଲଙ୍ଗା ପାଉଡର, ଆମଚୁର ପାଉଡର, ଲୁଣ

ପ୍ରସ୍ତୁତି ପ୍ରଣାଳୀ-

-ଏକ ପାତ୍ରରେ ମଇଦା ଏବଂ ତେଲ ନିଅନ୍ତୁ। ଏହାକୁ ଅଟା ଭଳି ଚକଟି ଦିଅନ୍ତୁ।

-ଅନ୍ୟ ଏକ ପାତ୍ରରେ ମିଝା ଆଳୁ ଏବଂ ସିଝା ମକା ମିଶାଇ ଭଲସେ ଚକଟି ଦିଅନ୍ତୁ । ଏଥିରେ ଗରମ ମସଲା, ଆମଚୁର ପାଉଡର, ସ୍ୱାଦନୁସାରେ ଲୁଣ, ଧଣିଆ ପତ୍ର, ପୁଦିନା ପତ୍ର, ଲଙ୍ଗା ପାଉଡର ମିଶାଇ ଦିଅନ୍ତୁ।

corn samosa-2

-ଦଳିଥିବା ମଇଦାକୁ ଛୋଟ ଛୋଟ ଗୁଳା କରନ୍ତୁ ଏବଂ ରୁଟି ପରି ବେଲି ଦିଅନ୍ତୁ। ଏହା ପରେ ଏହାକୁ ଦୁଇ ଭାଗରେ କାଟିବା ପରି ଦାଗ କରିଦିଅନ୍ତୁ।

-ଏହାପରେ ଗୋଟିଏ ପଟରେ ଆଳୁ ମକା ମିଶ୍ରଣ ଦିଅନ୍ତୁ ଅନ୍ୟ ପାଖଟିରେ ଏହାକୁ କଭର କରି ସିଙ୍ଗଡ଼ା ଆକାର ଦେଇଦିଅନ୍ତୁ।

-ଗୋଟିଏ ପ୍ୟାନରେ ତେଲ ଗରମ କରି ଏହାରୁ ଛାଣନ୍ତୁ। ସାମାନ୍ୟ ଗୋଲ୍ଡେନ୍ ବ୍ରାଉନ୍ ରଙ୍ଗ ହେବା ଯାଏଁ ଛାଣନ୍ତୁ। ଏହାପରେ ଯେକୌଣସି ଚଟଣି ବା ସସ୍ ସହ ଏହାକୁ ଗରମ ଗରମ ପରଷି ଦିଅନ୍ତୁ।

Comment