ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନର ଅବଧି ୩ ମିନିଟ ରହିବ। ଏହାର ସ୍ୱର, ଲୟ, ତାଳ କ’ଣ ହେବ ତାହା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଧାରଣ କରିବ। ଖୁବ୍‌ଶୀଘ୍ର ଏ ସମ୍ପର୍କରେ ଜନସାଧାରଣଙ୍କୁ ଜଣାଇ ଦିଆଯିବ ବୋଲି କହିଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ।

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ଗତକାଲି ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ ଦେଇଛି। ଫଳରେ ଏହା ରାଜ୍ୟ ସଙ୍ଗୀତର ମାନ୍ୟତା ପାଇଛି। ଏହାକୁ ନେଇ ସାରା ରାଜ୍ୟରେ ଖୁସିର ଲହରୀ ଖେଳି ଯାଇଛି।

ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ, ଉଦଘାଟନୀ ଉତ୍ସବ, ସାଂସ୍କୃତି କାର୍ଯ୍ୟକ୍ରମ, ସଭାସମିତିରେ ଏହି ସଙ୍ଗୀତ ଗାନ କରାଯିବ। ସଙ୍ଗୀତ ଆରମ୍ଭରୁ ଶେଷ ଯାଏଁ ସମସ୍ତେ ଛିଡ଼ା ହୋଇ ସମ୍ମାନ ପ୍ରଦର୍ଶନ କରିବେ। କେବଳ ବୃଦ୍ଧ, ରୋଗୀ, ଛୋଟ ପିଲା, ଗର୍ଭବତୀ ମହିଳା ଏବଂ ଦିବ୍ୟାଙ୍ଗଙ୍କୁ ଏଥିରୁ ବାଦ ଦିଆଯାଇଛି। ସେମାନେ ବସି ରହି ନମ୍ର ଭାବେ ସଙ୍ଗୀତକୁ ସମ୍ମାନ ପ୍ରଦାନ କରିବେ ବୋଲି କ୍ୟାବିନେଟରେ ନିଷ୍ପତ୍ତି ହୋଇଛି।

Comment