ଓଡ଼ିଶାଲାଇଭ୍ ବ୍ୟୁରୋ

CHAKIRI

ବରଗଡ଼ ରେଭେନ୍ୟୁ ଆଡମିନିଷ୍ଟ୍ରେସନ୍ ଅଧୀନରେ ରେଭେନ୍ୟୁ ଇନସ୍ପେକ୍ଟର ଏବଂ ଅମୀନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଅଭିଜ୍ଞ ବ୍ୟକ୍ତିମାନେ ଜୁଲାଇ ୫ ତାରିଖ ଯାଏଁ ଆବେଦନ କରିପାରିବେ।

ରେଭେନ୍ୟୁ ଇନସ୍ପେକ୍ଟର:

  • ପଦବୀ ସଂଖ୍ୟା- ୬
  • ଦରମା- ୧୯,୦୦୦ ଟଙ୍କା

ଅମୀନ:

  • ପଦବୀ ସଂଖ୍ୟା- ୬
  • ଦରମା- ୧୩,୦୦୦ ଟଙ୍କା

ନିଯୁକ୍ତି ସ୍ଥାନ– ପଦ୍ମପୁର, ଝାରବନ୍ଧ, ପାଇକମାଳ, ବରପାଲୀ, ଭାଟଲୀ, ଆମ୍ବଭୋନା

ଯୋଗ୍ୟତା– ଉପରୋକ୍ତ ପଦବୀରୁ ଅବସର ନେଇଥିବା ଏବଂ ଶାରୀରିକ ଭାବେ ସୁସ୍ଥଥିବା ବ୍ୟକ୍ତି ଆବେଦନ କରିପାରିବେ।

ବୟସ– ୬୫ରୁ କମ୍ ବୟସ ହୋଇଥିବ।

ଆବେଦନ ପ୍ରକ୍ରିୟା:

ପ୍ରାର୍ଥୀମାନେ ନିଜର ଆବେଦନପତ୍ର ଡାକ ମାଧ୍ୟମରେ ଆସନ୍ତା ଜୁଲାଇ ୫ ତାରିଖ ସୁଦ୍ଧା ନିମ୍ନଲିଖିତ ଠିକଣାରେ ପଠାଇବାକୁ ବିଜ୍ଞପ୍ତିରେ କୁହାଯାଇଛି। ଏନଭେଲପ୍ ଉପରେ ଆବେଦନ କରୁଥିବା ପଦବୀ ସୂଚିତ କରିବାକୁ ଭୁଲିବେନି।

ଠିକଣା– ଦି କଲେକ୍ଟର, ବରଗଡ଼, ପିନ୍ କୋଡ୍- 768028

ସବିଶେଷ ସୂଚନା ପାଇଁ bargarh.nic.inରେ କ୍ଲିକ୍ କରନ୍ତୁ।

Comment