ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ରାଜ୍ୟରେ ଆଉ ୧୪୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାସହ ରାଜ୍ୟରେ ୨,୧୩୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ଵାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ।
୧୪୦ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୨୪ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଗଞ୍ଜାମରୁ ୨୨, ନୂଆପଡ଼ାରୁ ୨୧, ଯାଜପୁର, ଖୋର୍ଦ୍ଧାରୁ, ଜଗତସିଂହପୁରରୁ ୧୧ ଜଣ ଲେଖାଏଁ, ସୁନ୍ଦରଗଡ଼ରୁ ୮ ଜଣ, ବଲାଙ୍ଗିର ଓ ଭଦ୍ରକରୁ ୭ ଜଣ ଲେଖାଏଁ, ଢେଙ୍କାନାଳରୁ ୫ ଜଣ, ବରଗଡ଼, କେନ୍ଦ୍ରାପଡ଼ା ଓ ସମ୍ଵଲପୁରରୁ ୩ ଜଣ ଲେଖାଏଁ, ବାଲେଶ୍ଵର ଓ ପୁରୀରୁ ୨ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି।
ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୧୪୦ ହୋଇଥିବା ବେଳେ ୨,୧୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୯୯୬ ସକ୍ରିୟ ଥିବା ବେଳେ ୯ ଜଣଙ୍କ ମୃତ୍ୟୁ ହୋଇଛି।


















