ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କୁ ହୋଇନି କରୋନା। କରୋନା ପରୀକ୍ଷା ରିପୋର୍ଟ ଆସିଲା ନେଗେଟିଭ୍‌। କାଲି ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କ ସାମ୍ପଲ ଟେଷ୍ଟ ପାଇଁ ନିଆଯାଇଥିଲା।

ମଙ୍ଗଳବାର କେଜରିଓ୍ଵାଲ ଅସୁସ୍ଥ ଅନୁଭବ କରିବାରୁ ନିଜେ ଆଇସୋଲେସନରେ ରହିଥିଲେ। ସମସ୍ତ ବୈଠକ ମଧ୍ୟ ବନ୍ଦ କରିଥିଲେ। ଏହାସହ ସେ କାହା ସହ ସାକ୍ଷାତ ମଧ୍ୟ କରିନଥିଲେ। ପରେ ତାଙ୍କ କରୋନା ଟେଷ୍ଟ କରାଯାଇଥିଲା।

ବର୍ତ୍ତମାନ କେଜରିଓ୍ଵାଲଙ୍କ ଜ୍ଵର ମଧ୍ୟ କମିବା ଆରମ୍ଭ କରିଛି। ତାଙ୍କ ସ୍ଵାସ୍ଥ୍ୟବସ୍ଥା ମଧ୍ୟ ବର୍ତ୍ତମାନ ସ୍ଥିର ରହିଛି।

Comment