ଓଡ଼ିଶାଲାଇଭ୍‌ ବ୍ୟୁରୋ  

ଦିନେ ମୁମ୍ଵାଇ ଥିଲା ଅଣ୍ଡରଓ୍ଵାର୍ଲଡ ଡନ୍‌ଙ୍କ ରାଜୁତି। ସେ ବଲିଉଡ୍‌ ହେଉକି ରାଜନୀତି ରାଚି ଆଡ଼େ ନିଜର ଦବାଦବା ରଖୁଥିଲେ ଗ୍ୟାଙ୍ଗଷ୍ଟାରମାନେ। ଏହି ସମୟ ମଧ୍ୟରେ ଅନେକ ବଲିଉଡ୍‌ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଗ୍ୟାଙ୍ଗଷ୍ଟାମାନଙ୍କ ପ୍ରେମରେ ପଡ଼ିଯାଇଥିଲେ। ସେମାନଙ୍କ ପ୍ରେମକୁ ନେଇ ଅନେକ ଚର୍ଚ୍ଚା ମଧ୍ୟ ହୋଇଛି। ଆସନ୍ତୁ ଜାଣିବା ସେମିତି କିଛି ଯୋଡ଼ି ବିଷୟରେ।

ମମତା କୁଲକର୍ଣ୍ଣି ଓ ବିକ୍ରମ ଗୋସ୍ଵାମୀ

ମମତା କୁଲକର୍ଣ୍ଣି ୯୦ ଦଶକର ଜଣେ ଚର୍ଚ୍ଚିତ ଅଭିନେତ୍ରୀ। ସେ କରନ ଅର୍ଜୁନ, ନସିବ, ସବସେ ବଡ଼ା ଖିଲାଡି, ବାଜି, ଆନ୍ଦୋଳନ, ଘାତକ, ଅହଙ୍କାର ଆଦି ଅନେକ ହିଟ୍‌ ଫିଲ୍ମ କରିଥିଲେ। ପରେ ସେ ୨୦୧୩ରେ ଅଣ୍ଡରଓ୍ଵାଲ୍ଡ ଡନ୍‌ ବିକ୍ରମ ଗୋସ୍ଵାମୀଙ୍କୁ ବିବାହ କରିଥିଲେ। ନିଜ ସ୍ଵାମୀଙ୍କ ମିଶି ୨ହଜାର କୋଟି ଟଙ୍କାର ଡ୍ରଗ୍ସ କାରବାରରେ ପୋଲିସ ତାଙ୍କୁ ଗିରଫ କରିଥିଲା।

ମୋନିକା ବେଦୀ ଓ ଅବୁ ସାଲେମ

ବଲିଉଡ୍‌ରେ ପ୍ରବେଶ କରିବା ପାଇଁ ଅବୁ ସାଲେମ ମୋନିକା ବେଦୀଙ୍କୁ ସାହାଯ୍ୟ କରିଥିଲେ। ମୋନିକାଙ୍କୁ ଚଳଚ୍ଚିତ୍ରରେ ନେବାକୁ ସାଲେମ ଅନେକ ନିର୍ଦ୍ଦେଶକମାନଙ୍କୁ ବାଧ୍ୟ କରିଥିଲେ। ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ମେ ତେରା ଆଶିକ, ସୁରକ୍ଷା, ଆଶିକ ମସ୍ତାନେ, ଖିଲୋନା, ତ୍ରିଛି ଟୋପିଓ୍ଵାଲେ, ଜୋଡି ନମ୍ଵର ୧ରେ ଅଭିନୟ କରଛନ୍ତି ମୋନିକା ବେଦୀ।

ହାଜି ମସ୍ତାନ ଓ ସୋନା

ହାଜି ମସ୍ତାନ ହେଉଛନ୍ତି ପ୍ରଥମ ଅଣ୍ଡରଓ୍ଵାର୍ଲ୍ଡ ଡନ ଯିଏ କି ଜଣେ ବଲିଉଡ୍‌ ଅଭିନେତ୍ରୀଙ୍କୁ ବିବାହ କରିଥିଲେ। ସୋନା ବଲିଉଡ୍‌ରେ ମନ ଜିତ୍‌ ଜାଗ ଜିତ୍‌, ସଲେଣ୍ଡର ଥ୍ରଡ୍ସ, ବିଓ୍ଵି କିରାୟା କି ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।

ଦାଉଦ ଇବ୍ରାହିମ୍‌ ଓ ମନ୍ଦାକିନି

ଦାଉଦ ଅଣ୍ଡରଓ୍ଵାର୍ଲ୍ଡର ଜଣେ ପ୍ରଭାବଶାଳୀ ବକ୍ତିତ୍ଵ। ତାଙ୍କର ବଲିଉଡ୍‌ରେ ଅନେତ ଅଭିନେତ୍ରୀଙ୍କ ସହ ସମ୍ପର୍କ ରହିଛି। ବଲିଉଡ୍‌ ଅଭିନେତ୍ରୀ ମନ୍ଦାକିନିଙ୍କ ସହ ତାଙ୍କର ସମ୍ପର୍କ ରହିଥିଲା। ମନ୍ଦାକିନିଙ୍କ ଫିଲ୍ମ ପାଇଁ ଟଙ୍କା ଦାଉଦ ଟଙ୍କା ଦିଅନ୍ତି। ସେ ମନ୍ଦାକିନିଙ୍କୁ ଫିଲ୍ମ ଦେବା ପାଇଁ ଅନେକ ନିର୍ଦ୍ଦେଶକଙ୍କୁ ବାଧ୍ୟ କରନ୍ତି। ଯେତେବେଳେ ଦାଉଦ ଅଣ୍ଡରଗ୍ରାଉଣ୍ଡ ହେଲେ ସେତେବେଳେ ମନ୍ଦାକିନି ବିବାହ କରି ଦେଇଥିଲେ।

ଏହାସହ ବଲିଉଡ୍‌ ଅଭିନେତ୍ରୀ ଅନୀତା ଆୟୁବଙ୍କ ସହ ମଧ୍ୟ ତାଙ୍କ ସମ୍ପର୍କ ରହିଥିଲା। ଫିଲ୍ମ ନିର୍ମାତା ଜାଭେଦ ସିଦ୍ଦିକିଙ୍କୁ ସେ ଅନୀତାଙ୍କୁ ଫିଲ୍ମରେ ନେବାକୁ ବାଧ୍ୟ କରିଥିଲେ। ସେ ମନା କରିବାରୁ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

Comment