ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଜାହ୍ନବୀ କପୁରଙ୍କ ଫିଲ୍ମ ‘ଗୁଞ୍ଜନ ସକ୍ସେନା ଦ କାର୍ଗିଲ ଗର୍ଲ’ ସିନେମା ହଲରେ ରିଲିଜ ହେବ ନାହିଁ। ବର୍ତ୍ତମାନ ଏହି ଫିଲ୍ମ ନେଟଫ୍ଲିକ୍ସରେ ରିଲିଜ ହେବ। ନିର୍ମାତା କରଣ ଜୋହର ନିଜେ ଏହା ଘୋଷଣା କରିଛନ୍ତି। ଜାହ୍ନବୀ କପୁର ମଧ୍ୟ ସୋସିଆଲ ମିଡିଆରେ ଏହା କହିଛନ୍ତି। ଏହି ଫିଲ୍ମରେ ଜାହ୍ନବୀ କପୁର ମୁଖ୍ୟ ଭୂମିକାରେ ଅଛନ୍ତି। ଏହାଛଡ଼ା ପଙ୍କଜ ତ୍ରିପାଠୀ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି।

ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଶରନ ଶର୍ମା। ଫିଲ୍ମର ପ୍ରଡ୍ୟୁସର ହେଉଛନ୍ତି କରଣ ଜୋହର। ଏଥିରେ ଜାହ୍ନବୀ ଓ ପଙ୍କଜଙ୍କ
ବ୍ୟତୀତ ଅଙ୍ଗଦ ବେଦୀ,  ବିନୀତ କୁମାର ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି।

କାରଗିଲ ଯୁଦ୍ଧ ସମୟରେ ଯୁଦ୍ଧ ବିମାନ ଉଡ଼ାଇବାରେ ଗୁଞ୍ଜନ ସକସେନା ଥିଲେ ପ୍ରଥମ ମହିଳା। ତାଙ୍କ ଜୀବନୀକୁ ନେଇ ଏହି ଫିଲ୍ମ ତିଆରି ହୋଇଛି।

Comment