ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରବାସୀଙ୍କ ବାବଦରେ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ। ୧୫ ଦିନ ଭିତରେ ପ୍ରବାସୀଙ୍କୁ ଘରେ ପହଞ୍ଚାଇବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ଲକ୍‌ଡାଉନ୍‌ ନିୟମ ଭାଙ୍ଗିଥିବା ମାମଲା ଥିଲେ ତାକୁ ପ୍ରତ୍ୟାହାର କରିବାକୁ ମଧ୍ୟ କୁହାଯାଇଛି।

ଏହାସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରବାସୀଙ୍କ ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଛି। ଯଦି ପ୍ରବାସୀମାନଙ୍କୁ ଫେରାଇବା ପାଇଁ ରାଜ୍ୟ ଟ୍ରେନ ଦାବି କରନ୍ତି ତେବେ ଆବଶ୍ୟକ ପଡ଼ିଲେ ରେଲଓ୍ଵେକୁ ଶ୍ରମିକ ଟ୍ରେନ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ପ୍ରବାସୀମାନଙ୍କ ପାଇଁ ଏକ କାଉନସିଲ ସେଣ୍ଟର ଖୋଲିବାକୁ ରାଜ୍ୟ ସରକାରଙ୍କୁ କୁହାଯାଇଛି। ବ୍ଲକ ସ୍ତରରେ ସେମାନଙ୍କ ତଥ୍ୟ ସଂଗ୍ରହ କରାଯିବ। ଏହା ଦ୍ଵାରା ପ୍ରବାସୀମାନଙ୍କୁ କାମରେ ଲଗାଇବା ସହଜ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

କରୋନା ଲକ୍‌ଡାଉନ୍‌ ଯୋଗୁଁ ପ୍ରବାସୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାହାର ରାଜ୍ୟରେ ଅନେକ ଶ୍ରମିକ ମଧ୍ୟ ଫସି ରହିଛନ୍ତି। ତେବେ ସେମାନଙ୍କ ସପକ୍ଷରେ ସୁପ୍ରିମକୋର୍ଟ ଆଜି ଏହି ବଡ଼ ଶୁଣାଣି କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି।

Comment