ଓଡ଼ିଶାଲାଇଭ୍ ବ୍ୟୁରୋ

doctor-2

ଅନେକ ସମୟରେ ଆମେ ଡାକ୍ତରଙ୍କୁ ନିଜ ଶାରୀରିକ ବା ମାନସିକ ସମସ୍ୟା ଜଣାଇବା ପାଇଁ କୁଣ୍ଠାବେଧ କରୁ। ଏପରି ମଧ୍ୟ କିଛି ବ୍ୟକ୍ତିଗତ ସମସ୍ୟା ଥାଏ ଯାହାକୁ ଆମେ ଖୋଲାଖୋଲି ଭାବେ ନିଜ ଡାକ୍ତରଙ୍କ ନିକଟରେ ପ୍ରକାଶ କରିପାରୁନା। କିଛି ତଥ୍ୟ ଦେଇ ଆଉ କିଛି ଲୁଚାଇ ଥାଉ। ତେବେ ଡାକ୍ତରଙ୍କ ନିକଟରେ କୌଣସି ସମସ୍ୟାକୁ ନେଇ ସଂକୋଚ କରିବା ହେଉଛି ସବୁଠାର ବଡ଼ ଭୁଲ୍। ଏପରି କରିବା ଦ୍ୱାରା ସମସ୍ୟା ଅଧିକ ଜଟିଳ ହେବାର ସମ୍ବାବନା ଥାଏ। କାରଣ କେବଳ ଶରୀର ପରୀକ୍ଷା କରି ନୁହେଁ ଆମ କଥାଗୁଡିକୁ ମଧ୍ୟ ଡାଇଗ୍ନୋସିସ୍ ସମୟରେ ଚିକିତ୍ସା ପଦ୍ଧତିରେ ଚିକିତ୍ସକ ସାମିଲ କରନ୍ତି। ତେବେ ଆଜି ସେହିପରି କିଛି ସମସ୍ୟା ବିଷୟରେ ଆଲୋଚନା କରିବା ଯାହା ବିଷୟରେ ଅଥିକାଂଶ ଲୋକ ଡାକ୍ଟରଙ୍କୁ ଜଣାଇବାକୁ ସଂକୋଚ କରନ୍ତି-

doctor

 

୧. ଯୌନ ଜୀବନ କିମ୍ବା ଯୌନ ସମସ୍ୟା ସଂପର୍କରେ ଅଧିକାଂଶ ବ୍ୟକ୍ତି ଡାକ୍ତରଙ୍କ ନିକଟରେ ମୁହଁ ଖୋଲିବାକୁ ଲାଜ କରିଥାନ୍ତି। ଏହା ସେମାନଙ୍କୁ  ଭୟଙ୍କର ସମସ୍ୟାରେ ପକାଇଥାଏ। ଯୌନ ସମସ୍ୟାକୁ କେବେବି ଗୋପନ ରଖନ୍ତୁ ନାହିଁ।

୨. ଧୂମ୍ରପାନ, ମଦ୍ୟପାନ ଆଦି କୁଅଭ୍ୟାସ ଗୁଡିକ ବିଷୟରେ ଅନେକ କୁହନ୍ତି ନାହିଁ ନିଜ ଚିକିତ୍ସକଙ୍କୁ। ଅଧିକାଂଶ ଲୋକ ଲୁଚାଇବାକୁ ଚେଷ୍ଟା କରନ୍ତି ଏସବୁ ତଥ୍ୟ। ଏହି ଭୁଲ କେବେବି କରନ୍ତୁ ନାହିଁ।

smoking and drinking

୩. ସମସ୍ତ ଔଷଧ ଠିକ୍ ସମୟରେ ଖାଉଛନ୍ତି ବୋଲି ଅନେକ ଲୋକ ଡାକ୍ତରଙ୍କ ନିକଟରେ କହିଥାନ୍ତି। ଆଉ ସେମାନେ ଭଲ ଭାବରେ ଜାଣନ୍ତି କି ସେମାନେ ପୁରା ମିଛ କହୁଛନ୍ତି। ମଝିରେ ମଝିରେ ଔଷଧ ଖାଇବା ବନ୍ଦ କରିଥିଲେ ମଧ୍ୟ ଏହା ଅନେକ ଲୋକ ଡାକ୍ତରଙ୍କୁ କୁହନ୍ତି ନାହିଁ।

୪. ଆଗରୁ ଆଉ କୌଣସି ଡାକ୍ତରଙ୍କ ପାଖରେ ଚିକିତ୍ସିତ ହେଉଥିବା କଥା କିମ୍ବା ପୂର୍ବରୁ ଖାଉଥିବା ଔଷଧ ଗୁଡିକ ସଂପର୍କରେ ଅନେକ କୁହନ୍ତି ନାହିଁ ଡାକ୍ତରଙ୍କୁ। ଯାହା ଏକ ବଡ ଭୁଲ୍। ପୁରୁଣା ପ୍ରେସକ୍ରିପସନ୍ ଗୁଡିକୁ କେବେବି ଲୁଚାଇବାକୁ ଚେଷ୍ଟା କରନ୍ତୁ ନାହିଁ।

doctor-3

 

ତେଣୁ ନିଜର ସମସ୍ତ ସମସ୍ୟା ବିଷୟରେ ଡାକ୍ତରଙ୍କୁ ଜଣାନ୍ତୁ। ନଚେତ୍ ଆପଣଙ୍କ ଅଧା ବା ଭୁଲ୍ ତଥ୍ୟ ଅନୁଯାୟୀ ଚିକିତ୍ସା କରାଗଲେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇପାରେ। ଡାକ୍ତରଙ୍କୁ ତଥ୍ୟ ଲୁଚାଇ ଆପଣ ନିଜ ଶରୀର ପାଇଁ ଅଧିକ ସମସ୍ୟା ସୃଷ୍ଟି କରିବେ। ଲାଜ, ସଂକୋଚ ଏବଂ ଭୟକୁ ମନରୁ ବାହାର କରନ୍ତୁ ଏବଂ ଡାକ୍ତରଙ୍କୁ ପାଖକୁ ଯାଇ ସମସ୍ତ କଥା ଭଲସେ ଜଣାନ୍ତୁ।

Comment