ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

କପିଲ ଶର୍ମାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ପୂଣିଥରେ ହସି ହସି ବେଦମ ହେବେ ଦର୍ଶକ। ଖୁବଶୀଘ୍ର ପୁଣିଥରେ ‘ଦି କପିଲ ଶର୍ମା ସୋ’ ଆରମ୍ଭ ହେବ।  ସୋନି ଚ୍ୟାନେଲ ଜୁନ୍‌ ୨୪ରୁ ସୁଟିଂ ଆରମ୍ଭ କରିବାକୁ କହିଛି। ଫଳରେ କପିଲଙ୍କ ପୂରା ଟିମ୍‌ ଏନେଇ ଉତ୍ସାହିତ ଅଛନ୍ତି।

ସୋ’ର କୋ-ଷ୍ଟାର ଅର୍ଚ୍ଚନା ପୂରଣ ସିଂ କହିଛନ୍ତି,‘‘ଲକଡାଉନ ଘୋଷଣା ହେବା ପୂର୍ବରୁ ପୂରା ଟିମ୍‌ ସୁରକ୍ଷାକୁ ଦୃଷ୍ଟିରେ କାମ କରୁଥିଲା। ଏବେ ପରିସ୍ଥିତି ଆହୁରି ଜଟିଳ। ତେଣୁ ସମସ୍ତ ପ୍ରକାର ସୁରକ୍ଷା ଏବଂ ନିର୍ଦ୍ଦେଶାବଳୀକୁ ଦୃଷ୍ଟିରେ ରଖି ପୁନର୍ବାର ସୁଟିଂ ଆରମ୍ଭ ହେବ’’।

ସାଧାରଣତଃ ଏହି ସୋ’ରେ ବଲିଉଡ ଷ୍ଟାରମାନେ ସେମାନଙ୍କ ଆଗାମୀ ଫିଲ୍ମ ପ୍ରମୋସନ ପାଇଁ ଏହି ସୋ’ର ଅତିଥି ହୋଇଥାନ୍ତି। କିନ୍ତୁ ଏବେ କରୋନା ଯୋଦ୍ଧା ଏହି ସୋ’ର ଅତିଥି ହେବେ ବୋଲି କୁହାଯାଉଛି।

LEAVE A REPLY

Please enter your comment!
Please enter your name here