ଓଡ଼ିଶାଲାଇଭ୍ ବ୍ୟୁରୋ

ଗଞ୍ଜାମ ଜିଲ୍ଲାରେ ରଜ ମହୋତ୍ସବ ପଳନ ଉପରେ ଲାଗିଲା କଟକଣା। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି କରାଯାଇଛି। ଜୁନ୍ ୧୬ ତାରିଖ ଯାଏଁ ଏହି କଟକଣା ରହିବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।
କଟକଣା ଯୋଗୁଁ ରଜ ଦୋଳି, ମେଳା, ମହୋତ୍ସବ, ଭୋଜିଭାତ ଉପରେ ରୋକ ଲାଗିଛି। ନିୟମ ଉଲ୍ଲଘଂନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।
ସେହିପରି ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ ଲୁଗା ଓ ଷ୍ଟ୍ରେସନାରୀ ଦୋକାନ ଖୋଲା ରହିବ। ଏହାସହ ସକାଳ ୭ଟାରୁ ଦିନ ୨ଟା ଯାଏଁ କିଛି ନିର୍ଦ୍ଦିଷ୍ଟ ଦୋକାନ ଖୋଲା ରହିବ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ପୂର୍ବରୁ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ରଜ ପାଳନ ନକରିବାକୁ ଜିଲ୍ଲାରେ କଟକଣା ଜାରି କରଯାଇଛି। ଜୁନ୍ ୧୧ରୁ ଜୁନ୍ ୧୬ ଯାଏଁ କଟକଣା ରହିବ ବୋଲି ଜିଲ୍ଲା ପ୍ରାଶସନ ପକ୍ଷରୁ କୁହାଯାଇଛି।

















