ଓଡ଼ିଶାଲାଇଭ୍ ବ୍ୟୁରୋ

smoothie-1

ଗରମ ଦିନରେ ସମସ୍ତେ ଥଣ୍ଡା ପାନୀୟ ପିଇବାକୁ ଭଲପାଆନ୍ତି। ବ୍ରେକଫାଷ୍ଟ ହେଉ କି ଲଞ୍ଚ୍, ଗରମ ଗରମ ଖାଦ୍ୟ ବଦଳରେ କିଛି ହାଲକା ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ଏହା ଦ୍ୱାରା ଶରୀରକୁ ଆବଶ୍ୟକୀୟ ପୋଷଣ ମିଳିପାରେ ନାହିଁ। ତେଣୁ ଆଜି ଆମେ ଆପଣଙ୍କୁ କହିବୁ ଏପରି ଏକ ସ୍ମୁଦି ବିଷୟରେ ଯାହା ସ୍ୱାଦିଷ୍ଟ ସହ ସ୍ୱାସ୍ଥ୍ୟକର ମଧ୍ୟ। ଏହା ଆପଣଙ୍କ ଭୋକ ମେଣ୍ଟେଇବା ସହ ଶରୀରରେ ସତେଜତା ଭରିଥାଏ ଏବଂ ଏହାକୁ ପୋଷଣ ଯୋଗାଇଥାଏ। ଏହା ହେଉଛି ଓଟ୍ସ୍, କଦଳୀ ଏବଂ ପିନଟ୍ ବଟର୍ ମିକ୍ସ ସ୍ମୁଦି।

ଆବଶ୍ୟକୀୟ ସାମଗ୍ରୀ– ଓଟ୍ସ୍ (୨ କପ୍), କଦଳୀ (ଗୋଟିଏ), ମେପଲ୍ ସିରପ୍ (୨ ଚାମଚ), ପିନଟ୍ ବଟର୍ (ଗୋଟିଏ ଚାମଚ), ବାଦାମ କ୍ଷୀର (୨ ଗ୍ଲାସ୍), ଡାଲଚିନି (ଗୋଟିଏ ଛୋଟ ଚାମଚ), ଭାନିଲା ଏକ୍ସଟ୍ରାଟ୍ (ଗୋଟିଏ ଛୋଟ ଚାମଚ), ମହୁ (ଗୋଟିଏ ଚାମଚ)

ପ୍ରସ୍ତତି ପ୍ରଣାଳୀ-

-ପ୍ରଥମେ ନିଜ ମନ ପସନ୍ଦର ଓଟ୍ସ୍ ଫ୍ଲେବର୍ ବାଛନ୍ତୁ। ଏହାକୁ ଭଲସେ ଗ୍ରାଇଣ୍ଡିଂ କରିଦିଅନ୍ତୁ।

mix smoothie-3

-ପୂର୍ବରୁ ଫ୍ରିଜ୍ ରେ ୪ରୁ ୫ ଘଣ୍ଟା ପାଇଁ କଦଳୀକୁ ପଲି କାଗଜରେ ଫ୍ରିଜରେ ରଖିଦେଇଥିବେ। ବର୍ତ୍ତମାନ ଏହାକୁ କାଢ଼ି ଓଟ୍ସ୍ ମିକ୍ସଚରେ ମିଶାଇ ପୁଣି ଗ୍ରାଇଣ୍ଡିଂ କରନ୍ତୁ।

-ଏହା ଭଲଭାବରେ ଗ୍ରାଇଣ୍ଡିଂ ହେବା ପରେ ଏଥିରେ କ୍ଷୀର, ପିନଟ୍ ବଟର୍, ମେପଲ୍ ସିରପ୍, ଡାଲଚିନି ଗୁଣ୍ଡ, ଭାନିଲା ଏକ୍ସଟ୍ରାଟ୍, ଏବଂ ମହୁ ମିଶାନ୍ତୁ। ଏହି ମିକ୍ସଟକୁ ଶେଷ ଥର ୧୫ ସେକେଣ୍ଡ ପାଇଁ ଗ୍ରାଇଣ୍ଡ୍ କରନ୍ତୁ।

mix smoothie

-ଏଥର ପ୍ରସ୍ତୁତ ହୋଇଗଲା ଆପଣଙ୍କ ଓଟ୍ସ୍ ବାନାନା ବଟର୍ ସ୍ମୁଦି। ଏହାକୁ ଆପଣ ସକାଳେ ପିଇପାରିବେ। ଏହା ଶରୀରକୁ ଭରପୂର ପୋଷଣ ଯୋଗାଇବା ସହ ଓଜନରେ ସନ୍ତୁଳନ ରକ୍ଷା କରେ।

Comment