ଓଡ଼ିଶାଲାଇଭ୍‌ ବ୍ୟୁରୋ

ରବିବାର ରଜ। ଆମିଷବାର ପଡ଼ିଥିଲେ ବି ସଟଡାଉନ ଯୋଗୁଁ ଦୋକାନ ବଜାର ସବୁ ବନ୍ଦ। ସେଥିପାଇଁ ଘରେ ଖାଦ୍ୟ ପ୍ରସ୍ତୁତ କରି ରଜ ମଜା ନିଅନ୍ତୁ।

ମୋମୋ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି। କିନ୍ତୁ ଏହାକୁ କେମିତି ପ୍ରସ୍ତୁତ କରାଯାଏ, କିଛି ଲୋକ ଜାଣି ନଥିବେ। ତେବେ ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଭେଜ୍‌ ମୋମୋ।

ଗୋଟେ ପାତ୍ରରେ ଗୋଟେ କପ୍‌ ମଇଦା ନେବେ। ଏଥିରେ ୧/୪ ଲୁଣ ମିଶାଇବେ। ବର୍ତ୍ତମାନ ଟିକେ ଟିକେ ପାଣି ଦେଇ ମଇଦାକୁ ଚକଟିବେ। ଯେପରି ଏହି ମିଶ୍ରଣଟି ନରମ ହୋଇଥିବ। ଏଥିରେ ଟିକେ ରିଫାଇଣ୍ଡ ତେଲ ଦେଇ ମିଶ୍ରଣଟିକୁ କିଛି ସମୟ ପାଇଁ ରଖିଦେବେ।

ଅନ୍ୟ ଏକ ପାତ୍ରରେ ଗୋଟେ ଗାଜର ଏବଂ ପତ୍ର କୋବିକୁ ପତଳା ପତଳା କରି କାଟି ରଖିଦେବେ। ଏବେ ଗ୍ୟାସ୍‌ରେ ଗୋଟେ ପ୍ୟାନ୍‌ ବସେଇବେ। ଏଥିରେ ୩ ଚାମଚ ତେଲ ପକାଇବେ। ତେଲ ଗରମ ହୋଇଗଲେ ୧ ଇଞ୍ଚ ଅଦା, ୨ଟି କଞ୍ଚା ଲଙ୍କାକୁ କାଟି ପକେଇବେ। ଟିକେ ଭାଜି ହେଲାପରେ ଏଥିରେ କୋବି ଓ ଗାଜରକୁ ପକାଇବେ। ତା’ପରେ ଏଥିରେ ଅଧ ଚାମଚ ଲୁଣ, ଧନିଆ ପତ୍ର କଟାକୁ ମିଶାଇ ଦେବେ।

ପୂର୍ବରୁ ରଖିଥିବା ମଇଦା ମିଶ୍ରଣକୁ ଛୋଟ ଛୋଟ ଗୁଳା କରିଦିଅନ୍ତୁ। ଏହି ଗୁଳାକୁ ପତଳା ପତଳା ବେଲି ଏହା ଭିତରେ ପ୍ରସ୍ତୁତ କୋବିକୁ ପୂର ଭାବରେ ବ୍ୟବହାର କରି ପିଠା ଭଳି ଆକାର ଦେଇଦେବେ।

ଏବେ ଆଉ ଗୋଟେ ପାତ୍ର ବା ଇଟିଲି ହାଣ୍ଡିରେ ୨ କପ୍‌ ପାଣି ଦେଇ ଗ୍ୟାସ୍‌ରେ ବସାନ୍ତୁ। ବର୍ତ୍ତମାନ ଇଟିଲି ଛାଞ୍ଚରେ ଟିକେ ତେଲ ଲଗାଇ ସେଥିରେ ପ୍ରସ୍ତୁତ କରିଥିବା ମୋମୋକୁ ରଖିବେ। ଏହାପରେ ଇଟିଲି ଛାଞ୍ଚକୁ ଘୋଡ଼ାଇ ଦିଅନ୍ତୁ। ଏହି ସମୟରେ ଗ୍ୟାସ୍‌କୁ ମଧ୍ୟମ ଜାଳରେ ରଖିବେ। ୧୦ ମିନିଟ୍‌ ପରେ ଏହା ପ୍ରସ୍ତୁତ ହୋଇଯାଇଥିବ।

Comment