ଓଡ଼ିଶାଲାଇଭ୍ ବ୍ୟୁରୋ

ଗଞ୍ଜାମ ଜିଲ୍ଲାରେ ୧୭ ଦିନିଆ ଲକଡାଉନ୍। କରୋନା ସଂକ୍ରମଣ ରୋକିବା ପାଇଁ ଏଭଳି ଘୋଷଣା କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଜୁନ୍ ୧୪ ତାରିଖରୁ  ୩୦ ତାରିଖ ପର୍ଯ୍ୟନ୍ତ ସାରା ଜିଲ୍ଲା ଲକଡାଉନ ରହିବ ବୋଲି ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

କେବଳ ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଦୋକାନ ସବୁ ଖୋଲା ରହିବ। ଲୋକମାନେ ପାଖ ଦୋକାନମାନକୁ ଯାଇ ସଉଦାପତ୍ର କିଣାକିଣି କରିପାରିବେ କିନ୍ତୁ ୩୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ବସ, କାର, ଅଟୋ ଚଳାଚଳକୁ ବନ୍ଦ କରିଦିଆଯାଇଛି।

ଏଥିସହ ଦିନ ୧୨ଟା ପରେ ଲୋକମାନେ ଘରୁ ନବାହାରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଯଦି କେହି ଏହି ଆଇନ୍ ଉଲ୍ଲଘଂନ କରିବେ ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ରାଜ୍ୟ ସରକାରଙ୍କ ପୂର୍ବ ଘୋଷଣା ଅନୁଯାୟୀ ପ୍ରତି ଶନିବାର ଓ ରବିବାର ଜିଲ୍ଲାରେ ସମ୍ପୂର୍ଣ୍ଣ ସଟଡାଉନ୍ ପାଳନ କରାଯିବ। ବାକି ସୋମବାରରୁ ଶନିବାର ଜିଲ୍ଲା ପ୍ରଶାସନର ନିୟମ ଅନୁଯାୟୀ ଲକଡାଉନ୍ କଟକଣା ପାଳନ କରାଯିବ।

ଗଞ୍ଜାମରେ ଏବେ ସୁଦ୍ଧା ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୮୨ ରହିଛି। ସେଥିମଧ୍ୟରୁ ୫୭୮ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବାବେଳେ ୬ ଜଣ ପ୍ରାଣ ହରାଇସାରିଲେଣି। ବାକି ୯୮ ଜଣ ଆକ୍ରାନ୍ତ ଏବେ ବି ଚିକିତ୍ସିତ ହେଉଛନ୍ତି। ତେଣୁ ଏହି ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି।

LEAVE A REPLY

Please enter your comment!
Please enter your name here