ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

sushant and mukeshମାତ୍ର ୩୪ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି ବଲିଉଡର ଧୋନୀ, ଅଭିନେତା ସୁଶାନ୍ତ ସିଂ ରାଜପୁତ। ଗତ କାଲି ମୁମ୍ବାଇସ୍ଥିତ ନିଜ ବାସଭବନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ସେ। ପୂରା ସିନେଜଗତ ଏବେ ଝୁରୁଛି ତାଙ୍କୁ। ଏପରି କରିବା ପଛର ଅସଲ କାରଣ ଏଯାଏଁ ସାମନାକୁ ଆସିନାହିଁ।

ଏନେଇ ବଲିଉଡର ବହୁ କଳାକାର ନିଜର ଦୁଃଖ ପ୍ରକାଶ କରିଥିବା ବେଳେ ଫିଲ୍ମମେକର ମୁକେଶ ଭଟ୍ଟ ଏହି ବିଷୟରେ ଏକ ଖୁଲାସା କରିଛନ୍ତି ଯାହା ସମସ୍ତଙ୍କୁ ଚକିତ କରିଛି। ଏକ ନ୍ୟୁଜ୍ ଚ୍ୟାନେଲ ସହ କଥା ହେବା ସମୟରେ ମୁକେଶ ଭଟ୍ଟ କହିଥିଲେ ଯେ ‘ମତେ ଅନୁଭବ ହେଉଥିଲା ଏପରି କିଛି ଘରିପାରେ। ଯେବେ ସୁଶାନ୍ତଙ୍କ ସହ ମୋର କଥାବାର୍ତ୍ତା ହୋଇଥିଲା ସେବେ ମତେ ଲାଗିଲା କିଛି ଗଡ଼ବଡ଼ ଅଛି’।

sushant-6

ମୁକେଶ ଭଟ୍ଟ ଫିଲ୍ମ ‘ସଡ଼କ-୨’ ରେ କାମ କରିବାକୁ ନେଇ ସୁଶାନ୍ତଙ୍କ ସହ କଥା ହୋଇଥିଲେ। ଏହି ସମୟରେ ତାଙ୍କ କଥାବାର୍ତ୍ତାରୁ ମୁକେଶ ଏଭଳି କିଛି ଆଶଙ୍କା କରିଥିଲେ ବୋଲି କହିଛନ୍ତି। ତେବେ ମୁମ୍ବାଇ ପୋଲିସର କହିବା ଅନୁଯାୟୀ ଗତ କିଛି ମାସ ଧରି ସୁଶାନ୍ତ ଡିପ୍ରେସନରେ ଥିଲେ। ହୁଏତ ଏହାର ଅନ୍ଦାଜା ମୁକେଶ ଭଟ୍ଟଙ୍କୁ ପୂର୍ବରୁ ହୋଇଯାଇଥିଲା।

ନିଜ ଶେଷ ଫିଲ୍ମ ‘ଛିଛୋରା’ ଜରିଆରେ ଆତ୍ମହତ୍ୟା ନକରିବାକୁ ସନ୍ଦେଶ ଦେଇଥିବା କଳାକାରଙ୍କର ଏହି ପଦକ୍ଷେପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଫିଲ୍ମ ‘ଏମ୍.ଏସ୍. ଧୋନୀ- ଦି ଅନଟୋଲ୍ଡ ଷ୍ଟୋରୀ’ ତାଙ୍କ ବଲିଉଡ କ୍ୟାରିଅରକୁ ଦେଇଥିଲା ଏକ ନୂଆ ମୋଡ଼।

Comment