ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକରୁ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ହେଲେ ମହାନଦୀ ବିହାରର ୫୫ ବର୍ଷୀୟ ବ୍ୟକ୍ତି। ସେ ନିକଟରେ ଦିଲ୍ଲୀରୁ ଫେରି ହୋମ୍‌ କ୍ଵାରେଣ୍ଟିନରେ ରହିଥିଲେ। ଏନେଇ ସୂଚନା ଦେଇଛି କଟକ ମହାନଗର ନିଗମ।

ଆଜି ଚିହ୍ନଟ ହୋଇଥିବା ୧୦୮ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କଟକରୁ କେବଳ ଜଣେ ଚିହ୍ନଟ ହୋଇଛନ୍ତି। ସେହିପରି ଏଯାଏଁ କଟକରେ ମୋଟ୍‌ ୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୮ ଜଣ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ୭ ଜଣ ସକ୍ରିୟ ରହିଛନ୍ତି।

ରାଜ୍ୟରେ ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ ପଜିଟିଭ୍ ସଂଖ୍ୟା ୪,୧୬୩କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨,୮୫୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଏବେ ବି ୧୨୯୫ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

Comment