ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ରାଜ୍ୟରେ ଆଉ ୧୭୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୩୩୮ରେ ପହଞ୍ଚିଛି। ଏନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ।
ଆଜି ଚିହ୍ନଟ ହୋଇଥିବା ୧୭୫ ଆକ୍ରାନ୍ତଙ୍କ ମଧ୍ୟରୁ ଗଜପତିରୁ ସର୍ବାଧିକ ୫୭ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୨୫, ପୁରୀରୁ ୧୮, ବରଗଡ଼ରୁ ୧୧, କନ୍ଧମାଳ, ଜଗତସିଂହପୁରରୁ ୭ ଜଣ ଲେଖାଏଁ, ବାଲେଶ୍ଵରରୁ ୬, ସୁନ୍ଦରଗଡ଼ ଓ ମୟୂରଭଞ୍ଜରୁ ୫ ଜଣ ଲେଖାଏଁ, ନୂଆପଡ଼ାରୁ ୪, କଟକ ଓ ବଲାଙ୍ଗିରରୁ ୩ ଜଣ ଲେଖାଏଁ, ଗଞ୍ଜାମ, କେନ୍ଦ୍ରାପଡ଼ା ଓ ଝାରସୁଗୁଡ଼ାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।
ଏହାସହ ବର୍ତ୍ତମାନ ରାଜ୍ୟରେ ୪,୩୩୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨,୯୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୧,୩୫୦ ଜଣ ସକ୍ରିୟ ଥିବା ବେଳେ ୧୧ ଜଣଙ୍କ ମୃତ୍ୟୁ ହୋଇଛି।
















