ଓଡ଼ିଶାଲାଇଭ୍ ବ୍ୟୁରୋ

ଭଲ ସ୍ଵାସ୍ଥ୍ୟ ଓ ସୁନ୍ଦର ଚେହେରା ପାଇବା ପାଇଁ ସମସ୍ତେ ଚେଷ୍ଟିତ ଥା’ନ୍ତି। ଏଥିପାଇଁ ସମସ୍ତେ ବିଭିନ୍ନ ପ୍ରଡକ୍ଟ ଏବଂ ମେଡିସିନ୍‌ ଖାଇଥା’ନ୍ତି। ହେଲେ କେବଳ କମଳାଚୋପାରେ ଆପଣ ତ୍ଵଚା ସମ୍ପର୍କିତ ସମସ୍ତ ସମସ୍ୟାରୁ ମୁକ୍ତି ପାଇପାରିବେ।

କମଳା ଚୋପାର ଗୁଣ୍ଡକୁ ଆପଣ ସବୁବେଳେ ଲଗାଇପାରିବେ। ଏହା ସମସ୍ତ ତ୍ୱଚା ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ।

କମଳା ଚୋପାକୁ ତ୍ୱଚା ସଂକ୍ରମଣ ସ୍ଥାନରେ ଲଗାଇ ପାରିବେ।

ଦୁଇ ମାସର ଛୁଆଠୁ ନେଇ ବୟସ୍କ ଲୋକ ପର୍ଯ୍ୟନ୍ତ ସମସ୍ତେ କମଳା ଚୋପାର ବ୍ୟବହାର କରିପାରିବେ। ଛୋଟବେଳେ ପିଲାମାନଙ୍କୁ ଅଧିକ ଆଲର୍ଜି ହେବାର ଆଶଙ୍କା ଥାଏ। ଏଭଳି କ୍ଷେତ୍ରରେ କମଳାଗୁଣ୍ଡକୁ ନଡ଼ିଆ ତେଲରେ ମିଶାଇ ଲଗାଇବେ। କିଛି ଦିନ ଲଗାଇବା ପରେ ଆଲର୍ଜି ଧୀରେ ଧୀରେ ଦୂର ହୋଇଯିବ।

କମଳାଗୁଣ୍ଡକୁ ନିୟମିତ ଭାବେ ତ୍ୱଚାରେ ଲଗାଇବା ଫଳରେ ରଙ୍ଗ ସଫା ହୋଇଥାଏ।

କମଳା ଚୋପାର ଗୁଣ୍ଡରେ ଦହି ମିଶାଇ ତ୍ୱଚାରେ ଲଗାଇବେ। ଏହି ପ୍ୟାକ୍‌ ଶୁଖିଗଲା ପରେ ତ୍ଵଚାକୁ ଧୋଇଦେବେ। ଏହି ପ୍ୟାକ୍‌ ସପ୍ତାହକୁ ଦୁଇଥର ଲଗାଇବେ।

କେମିତି ପ୍ରସ୍ତୁତ କରିବେ କମଳା ଚୋପା?

କମଳାକୁ ଖାଇ କମଳା ଚୋପାକୁ ପକାନ୍ତୁ ନାହିଁ। ଏହି ଚୋପାକୁ ଛୋଟ ଛୋଟ କରି ଛିଣ୍ଡାଇ ଖରାରେ ଶୁଖାଇ ଦିଅନ୍ତୁ। ଚୋପାଗୁଡ଼ିକ ଭଲକି ଶୁଖିଗଲେ ଏହାକୁ ଗ୍ରାଇଣ୍ଡିଂ କରି ଏକ ଏୟାର ଟାଇଟ୍‌ ଡବାରେ ଭର୍ତ୍ତି କରିଦେବ।

Comment