ଓଡ଼ିଶାଲାଇଭ୍ ବ୍ୟୁରୋ

keshar pista shake-1

ଗରମଦିନରେ ପିଲାଠାରୁ ବୟସ୍କ ସମସ୍ତଙ୍କୁ କିଛି ଥଣ୍ଡା ପାନୀୟ ପିଇବାକୁ ଭଲଲାଗେ। ଆଉ ଯଦି ଏବି ପାନୀୟ ପୁଷ୍ଟିକର ହୋଇଥାଏ ତେବେ ଶରୀରକୁ ଆରାମ ସହ ମିଳିଥାଏ ଭରପୁର ପୋଷଣ। ଆଜି ଆମେ ଆପଣଙ୍କୁ କହିବୁ ଏପରି ଏକ ଟେଷ୍ଟି ଏବଂ ହେଲଦି ସେକର ପ୍ରସ୍ତୁତି ପ୍ରଣାଳୀ ଯାହାକୁ ଆପଣ ଘରେ ତିଆରି କରିପାରିବେ। ଏହାରୁ ପିଇବାକୁ ଯେତିକି ଟେଷ୍ଟି, ଶରୀରର ପାଇଁ ମଧ୍ୟ ସେତିକି ଲାଭଦାୟୀ। ଏହା ହେଉଛି ପିସ୍ତା ସେକ୍।

ଆବଶ୍ୟକୀୟ ସାମଗ୍ରୀ- ଫୁଲ୍ କ୍ରିମ କ୍ଷୀର (ଦୁଇ ଗିଲାସ), ପିସ୍ତା ୧୦ଟି (କଟା ଯାଇଥିବା), ବାଦାମ ୧୦ଟି (କଟା ଯାଇଥିବା), କେସର, ଗୁଜୁରାତି ଗୁଣ୍ଡ, ଚାରି ଚାମଚ ଚିନି, ବରଫ

ପ୍ରସ୍ତୁତି ପ୍ରଣାଳୀ

-ପ୍ରଥମେ ଏକ ପାତ୍ରରେ କ୍ଷୀର ଏବଂ ପିସ୍ତା ମିଶାଇ ୬ରୁ ୭ ଘଣ୍ଟା ପାଇଁ ଅଲଗା ରଖିଦିଅନ୍ତୁ। ତାପରେ ଏହି କ୍ଷୀପରେ କେସର ପକାଇ ଏହାକୁ ଗରମ କରନ୍ତୁ।

-ଏଥିରେ ବାଦାମ, ଚିନି, ଗୁଜୁରାତି ଗୁଣ୍ଡ ପାକଇ ଭଲସେ ମିଶାନ୍ତୁ।

-ବର୍ତ୍ତମାନ ଏହାକୁ ଗ୍ଲାସରେ ଢ଼ାଳି ଦିଅନ୍ତୁ ଏବଂ ଥଣ୍ଡା ହେବା ପାଇଁ ଫ୍ରିଜରେ ରଖିଦିଅନ୍ତୁ।

keshar pista shake-2

-ପରେ ଏହାକୁ କାଢ଼ି ଏହା ଉପରେ ଗରଫ, ବାଦାମ ଏବଂ କେସର ପକାଇ ସଜାଇ ଦିଅନ୍ତୁ।

-ବର୍ତ୍ତମାନ ପ୍ରସ୍ତୁତ ଅଛି ଆପଣଙ୍କର କେସର ପିସ୍ତା ସେକ

-ଥଣ୍ଡା ଥଣ୍ଡା ଏହାକୁ ସର୍ଭ କରନ୍ତୁ

Comment