ଓଡ଼ିଶାଲାଇଭ୍ ବ୍ୟୁରୋ

CHAKIRI

ମୟୂରଭଞ୍ଜ ଜିଲ୍ଲାରେ ଲଞ୍ଚ ଡ୍ରାଇଭର୍ ଏବଂ ଲଞ୍ଚ ଖଲାସୀ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ଜୁନ୍ ୨୫ ତାରିଖ ଯାଏଁ ଆବେଦନ କରିପାରିବେ।  ଏହି ନିଯୁକ୍ତି ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧିନରେ ଦିଆଯିବ।

ଯୋଗ୍ୟତା:

  • ଲଞ୍ଚ ଡ୍ରାଇଭର– ଅତିକମରେ ସପ୍ତମ ଶ୍ରେଣୀ ପାସ୍ କରିଥିବେ। ଅତିକମରେ ସେକେଣ୍ଡ କ୍ଲାସ୍ ଲଞ୍ଚ ଡ୍ରାଇଭିଂ ସାର୍ଟିଫିକେଟ ଥିବ।
  • ଲଞ୍ଚ ଖଲାସୀ– ଅତିକମରେ ସପ୍ତମ ଶ୍ରେଣୀ ପାସ୍ କରିଥିବେ ଏବଂ ଅତିକମରେ ତିନି ମାସର କ୍ରିଉ ଟ୍ରେନିଂ କୋର୍ସ କରିଥିବେ।

ଅନ୍ୟ ଯୋଗ୍ୟତା– ଏହା ବ୍ୟତୀତ ପ୍ରାର୍ଥୀଙ୍କୁ ନଦୀ, ପୋଖରୀ ବା ଅନ୍ୟ ଯେକୌଣସି ଜଳଉତ୍ସରେ ପହଁରା ଜଣାଥିବା ଆବଶ୍ୟକ। ୨୦ ମିନିଟରେ ଲଗାତାର ଭାବେ ୨୦୦ ମିଟର ପହଁରିପାରୁଥିବେ।

ବୟସ– ୧୮ରୁ ୫୯ ବର୍ଷ (୫୯ ବର୍ଷ୬ ମାସ ଅତିବେଶୀରେ)

ଆବେଦନ ପ୍ରକ୍ରିୟା– ଇଚ୍ଛୁକ ପ୍ରାର୍ଥୀମାନେ ସାଧା ପେପରରେ ନିଜର ଆବେଦନପତ୍ର ଲେଖି, ଆବଶ୍ୟକୀୟ ସମସ୍ତ ଡକ୍ୟୁମେଣ୍ଟ୍ସ୍ ଏବଂ ପାସପୋର୍ଟ ସାଇଜ ଫଟୋ ସହ ନିମ୍ନଲିଖିତ ଠିକଣାକୁ ଜୁନ୍ ୨୫ ତାରିଖ ସଂଧ୍ୟା ୫ଟା ସୁଦ୍ଧା ପଠାଇଦେବେ।

ଠିକଣା– ଦି କଲେକ୍ଟର, ମୟୂରଭଞ୍ଜ, ଡିଷ୍ଟ୍ରିକ୍ଟ ଇମରଜେନ୍ସି ଅପରେସନ୍ ସେଣ୍ଟର, ବାରିପଦା, ମୟୁରଭଞ୍ଜ

ଅଧିକ ସୂଚନା ପାଇଁ mayurbhanj.nic.inରେ କ୍ଲିକ୍ କରନ୍ତୁ।

Comment