ଓଡ଼ିଶାଲାଇଭ୍ ବ୍ୟୁରୋ

  • ରଥଯାତ୍ରା ବନ୍ଦ ନିଷ୍ପତ୍ତିକୁ ଜଗନ୍ନାଥ ସେନାର ବିରୋଧ
  • ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପୁରୀ ବନ୍ଦ
  • କଟକଣାଯୁକ୍ତ ରଥଯାତ୍ରା କରିବାକୁ ଦାବି

କରୋନା ସଂକ୍ରମଣ ପାଇଁ ସୁପ୍ରିମକୋର୍ଟ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ବିରୋଧ କରି ଜଗନ୍ନାଥ ସେନା ପକ୍ଷରୁ ଆଜି ୧୨ ଘଣ୍ଟିଆ ପୁରୀ ବନ୍ଦ ପାଳନ କରାଯାଉଛି।

ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପୁରୀରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯିବ। କୌଣସି ସ୍ଥାନରେ ହିଂସାତ୍ମକ ପ୍ରଦର୍ଶନ କରାଯିବ ନାହିଁ ବୋଲି ଜଗନ୍ନାଥ ସେନା ପକ୍ଷରୁ କୁହାଯାଇଛି।

ଚଳିତବର୍ଷ ରଥଯାତ୍ରାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ନକରିବାକୁ ସେନା ଦାବି କରିଛି। ଏହା ବଦଳରେ କଟକଣାଯୁକ୍ତ ରଥଯାତ୍ରା ଆୟୋଜନ କରିବାକୁ ସେନା ପକ୍ଷରୁ କୁହାଯାଇଛି।

ଗତକାଲି ଓଡ଼ିଶା ବିକାଶ ପରିଷଦର ଏକ ପିଟିସନକୁ ଶୁଣାଣି କରି ସୁପ୍ରିମକୋର୍ଟ ପୁରୀ ରଥଯାତ୍ରାକୁ ବନ୍ଦ କରିବାକୁ ରାୟ ଶୁଣାଇଛନ୍ତି। ଏଥିସହ ରାଜ୍ୟର କୌଣସି ଅଞ୍ଚଳରେ ମଧ୍ୟ ରଥଯାତ୍ରା ଆୟୋଜନ ହୋଇପାରିବ ନାହିଁ ବୋଲି କୁହାଯାଉଛି। ଯାହାକୁ ଜଗନ୍ନାଥ ସେନା ପକ୍ଷରୁ ବିରୋଧ କରାଯାଉଛି।

Comment