ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡରେ ବର୍ତ୍ତମାନ ଅନେକ କଳାକାର ବାୟୋପିକରେ ନଜର ଆସୁଛନ୍ତି। ରିୟଲ ଲାଇଫର କାହାଣୀକୁ ରିଲ୍ ଲାଇଫରେ ଦେଖାଉଛନ୍ତି ନିର୍ଦ୍ଦେଶକମାନେ। ରଣବୀର କପୁରଙ୍କ ସଞ୍ଜୁରୁ ଆରମ୍ଭ କରି ଜୟଲଳିତାଙ୍କ ଜୀବନ ଉପରେ ନିର୍ମାଣ ହେବାକୁ ଥିବା ଥଲାଇବା ପର୍ଯ୍ୟନ୍ତ ଅନେକ କାହାଣୀକୁ ନେଇ ଫିଲ୍ମ ନିର୍ମାଣ ହେଉଛି।

ଜାଣନ୍ତୁ, କେଉଁ କେଉଁ କଳାକାରଙ୍କ ଉପରେ ଆଗରୁ ବାୟୋପିକ୍ ହୋଇସାରିଛି?

ଜେ ଜୟଲଳିତାଙ୍କ କାହାଣୀକୁ ନେଇ ଆସୁଛି- ‘ଥଲାଇବି’

ସଫଳ ଅଭିନେତ୍ରୀ ତଥା ରାଜନେତା ଜୟଲଳିତାଙ୍କ ଜୀବନ କାହାଣୀକୁ ନେଇ ପ୍ରସ୍ତୁତ ହେଉଛି ‘ଥଲାଇବି’। ଏହି ବାୟୋପିକ ଫିଲ୍ମରେ କଙ୍ଗନା ରାଣାଓ୍ଵତ ଜୟଲଳିତାଙ୍କ ଭୂମିକା ନିଭେଇବେ। ଏବେ ଏହି ଫିଲ୍ମର କାମ ଚାଲୁ ରହିଛି। ଖୁବଶୀଘ୍ର ଫିଲ୍ମଟି ସିନେମା ହଲକୁ ଆସିବ ବୋଲି ଆଶା କରାଯାଉଛି। ତାଙ୍କ ଉପରେ ଗୋଟିଏ ଓ୍ଵେବ ସିରିଜ ‘କୁଇନ’ ମଧ୍ୟ ରିଲିଜ ହୋଇସାରିଛି। ଏଥିରେ ଜୟଲଳିତାଙ୍କ ଭୂମିକାରେ ରମ୍ୟା କ୍ରିଷ୍ଣନ୍ ଅଭିନୟ କରିଛନ୍ତି।

ସଞ୍ଜୁରେ ସଞ୍ଜୟ ଦତ୍ତଙ୍କ ଜୀବନୀ

ମୁନା ଭାଇ ଅର୍ଥାତ ସଞ୍ଜୟ ଦତ୍ତଙ୍କ ଉପରେ ସଞ୍ଜୁ ନାମକ ବାୟୋପିକ ରିଲିଜ ହୋଇସାରିଛି। ଏହାକୁ ନିର୍ଦ୍ଦେଶକ ରାଜକୁମାର ହିରାନୀ ନିର୍ଦ୍ଦେଶନା ଦେଇଥିଲେ। ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରଣବୀର କପୁର।

ଦି ଡାର୍ଟିପିକ୍ଚର

ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ଚର୍ଚ୍ଚିତ ଅଭିନେତ୍ରୀ ସିଲ୍କ ସ୍ମିତାଙ୍କ କାହାଣୀକୁ ନେଇ ଫିଲ୍ମ ପ୍ରସ୍ତୁତ କରିଥିଲେ ମିଲନ ଲୁଥଲିଆ। ‘ଡାର୍ଟିପିକ୍ଚର’ ନାମକ ଏହି ଫିଲ୍ମରେ ସ୍ମିତାଙ୍କର ପାର୍ଶ୍ଵ କଳାକାର ହେବାଠାରୁ ସବୁଠୁ ଡିମାଣ୍ଡିଙ୍ଗ ଆକ୍ଟ୍ରେସ ହେବାର ଯାତ୍ରାକୁ ସୁନ୍ଦର ଭାବେ ଚିତ୍ରଣ କରାଯାଇଥିଲା। ଏଥିରେ ବିଦ୍ୟା ବାଲାନ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ।ଭୂମିକା  

୧୯୭୭ରେ ରିଲିଜ ହୋଇଥିବା ଏହି ଫିଲ୍ମ ମରାଠୀ ଫିଲ୍ମ ଅଭିନେତ୍ରୀ ସାଂଗତେ ଆଇକାଙ୍କ ଉପରେ ପର୍ଯ୍ୟବେସିତ ଥିଲା। ଏହାକୁ ଶ୍ୟାମ ବେନେଗଲ ନିର୍ଦ୍ଦେଶନା ଦେଇଥିଲେ।

ମହାନତୀ

ସାଉଥ ଲେଡି ସୁପରଷ୍ଟାର ସାବିତ୍ରୀଙ୍କ ଜୀବନ କାହାଣୀକୁ ନେଇ ୨୦୧୮ରେ ପରଦାକୁ ଆସିଥିଲା ଫିଲ୍ମ ‘ମହାନତୀ’। ଏଥିରେ କୀର୍ତ୍ତି ସୁରେଶ ନାୟିକା ଭାବେ ଅଭିନୟ କରିଥିବାବେଳେ ତାଙ୍କ ବିପକ୍ଷରେ ନାୟକ ସାଜିଥିଲେ ଦୁଲକର ସରମାନ।

Comment