ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୟାଗଡ଼ ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉଙ୍କ ନେତ୍ରୋତ୍ସବ ଓ ନବଯୌବନ ନୀତି ଶେଷ ହୋଇଛି। ଆଜି ଭୋର ସମୟରେ ତିନି ଠାକୁରଙ୍କ ନେତ୍ରୋତ୍ସବ ନୀତି ସଂପନ୍ନ ହୋଇଥିଲା। ଏହାପରେ ଶ୍ରୀବିଗ୍ରହ ନବଯୌବନ ବେଶରେ ଦର୍ଶନ ଦେଇଥିଲେ।

କରୋନା ପାଇଁ ମନ୍ଦିର ଭିତରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲାଗୁ ହୋଇଛି। ଏଣୁ ସେବାୟତମାନେ ଠାକୁରଙ୍କ ସମସ୍ତ ଦେବନୀତି ସଂପନ୍ନ କରିଥିଲେ। ଚଳିତ ବର୍ଷ ସାର୍ବଜନିନ ରଥଯାତ୍ରା ଉପରେ ପ୍ରଶାସନିକ ବାରଣ ରହିଥିବାରୁ ଜଗମୋହନରେ ପ୍ରତୀକାତ୍ମକ ରଥଯାତ୍ରା ସହିତ ବାହୁଡ଼ା ନୀତି ଅନୁଷ୍ଠିତ ହେବ।

Comment