ଓଡ଼ିଶାଲାଇଭ୍ ବ୍ୟୁରୋ

odisha sasana

ସମ୍ବଲପୁର ଜିଲ୍ଲାରେ ବିଭିନ୍ନ ପଦବୀରେ NHM କର୍ମଚାରୀଙ୍କ ନିଯୁକ୍ତି ପାଁଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ପ୍ରାର୍ଥୀମାନେ ଆସନ୍ତା ଜୁନ୍ ୩୦ ତାରିଖ ଯାଏଁ ଆବେଦନ କରିପାରିବେ।

ପଦବୀ:

  • AYUSH ହୋମିଓପାଥି, RBSK (ପୁରୁଷ) – ଗୋଟିଏ ପଦବୀ
  • AYUSH ହୋମିଓପାଥି, RBSK (ମହିଳା) – ୫ଟି ପଦବୀ
  • AYUSH ଆୟୁର୍ବେଦିକ, RBSK (ପୁରୁଷ) – ଗୋଟିଏ ପଦବୀ
  • AYUSH ଆୟୁର୍ବେଦିକ, RBSK (ମହିଳା) – ୨ଟି ପଦବୀ
  • ଫାର୍ମାସିଷ୍ଟ, RBSK – ୮ଟି ପଦବୀ
  • ଷ୍ଟାଫ୍ ନର୍ସ/ANM, RBSK – ୭ଟି ପଦବୀ
  • AYUSH MO ଆୟୁର୍ବେଦିକ – ୬ଟି ପଦବୀ
  • AYUSH MO ହୋମିଓପାଥି – ୪ଟି ପଦବୀ

ଯୋଗ୍ୟତା– NHM ଅଧିନରେ ଉପରୋକ୍ତ ପଦବୀରେ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷ ସେହି ପଦବୀ ପାଇଁ ଆବେଦନ କରିପାରିବେ।

ଆବେଦନ ପ୍ରକ୍ରିୟା– ନିଜର ଆବେଦନପତ୍ର ଏବଂ ଜରୁରୀ ସାର୍ଟିଫିକେଟକୁ ଜୁନ୍ ୩୦ ତାରିଖ ସଂଧ୍ୟା ୫ଟା ସୁଦ୍ଧା ନିମ୍ନଲିଖିତ ଠିକଣାକୁ ପଠାଇଦିଅନ୍ତୁ।

ଠିକଣା– ଅଫିସ୍ ଅଫ୍ CDM&PHO-cum-DMD, ସମ୍ବଲପୁର

ଅଧିକ ସୂଚନା ପାଇଁ sambalpur.nic.inରେ କ୍ଲିକ୍ କରନ୍ତୁ।

Comment