ଓଡ଼ିଶାଲାଇଭ୍ ବ୍ୟୁରୋ

“ରଥଯାତ୍ରାରେ ୧୨/୧୫  ଲକ୍ଷ ଲୋକଙ୍କ ଗହଳି ହେବାନେଇ ସୁପ୍ରିମକୋର୍ଟରେ ଯେଉଁ ତଥ୍ୟ ଉପସ୍ଥାପନା କରାଯାଇଥିଲା ତାହା ସମ୍ପୂର୍ଣ୍ଣ ଭୁଲ୍। ତେଣୁ କଟକଣା ଭିତରେ ମହାପ୍ରଭୁଙ୍କର ରଥଯାତ୍ରା ଆୟୋଜନ ହେଉ”, ରବିବାର ରଥଯାତ୍ରା ଆୟୋଜନ ପ୍ରସଙ୍ଗରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ତଥା ପଦ୍ମବିଭୂଷଣ ରଘୁନାଥ ମହାପାତ୍ର।

ସେ କହିଛନ୍ତି ଯେ, ମହାପ୍ରଭୁଙ୍କର ଅଧରପଣା ନୀତି ରଥ ଉପରେ ହୋଇଥାଏ। ଏହି ନୀତି ଶ୍ରୀମନ୍ଦିର ଭିତରେ କିପର କରାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି। ତେଣୁ ଗଜପତି ରାଜ୍ୟ ସରକାରଙ୍କୁ ଯେଉଁ ଚିଠି ଲେଖିଛନ୍ତି ତାହା ସମସ୍ତଙ୍କର ମତ ବୋଲି ସେ କହିଛନ୍ତି। ଏଥିସହ ଯଦି ରଥଯାତ୍ରା ନହୁଏ ତେବେ ସେବାୟତ ଓ ଅନ୍ୟମାନଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯାଉ ବୋଲି ସେ କହିଛନ୍ତି।

ଅନ୍ୟପଟେ ଆଜି ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ରଥଯାତ୍ରା ରାୟକୁ ନେଇ ସୁପ୍ରିମକୋର୍ଟଙ୍କ ଉପରେ ଖପ୍ପା ହୋଇଛନ୍ତି। ସୁପ୍ରିମକୋର୍ଟ ଛୁଟି ଦିନରେ ମଧ୍ୟ ନିଜ ତରଫରୁ ଆବେଦନ ଗ୍ରହଣ କରିପାରିଥାନ୍ତେ। ହେଲେ ସେପରି କଲେନି ତେଣୁ ବର୍ତ୍ତମାନ ରଥଯାତ୍ରା ଆୟୋଜନ ପାଇଁ ଆଉ ମାତ୍ର ଗୋଟିଏ ଦିନ ବାକି। ଏଭଳି ସ୍ଥିତିରେ ରଥଯାତ୍ରା ଆୟୋଜନ ହୋଇପାରିବା ଅସମ୍ଭବ ବୋଲି ସେ କହିଛନ୍ତି।

ସେହିପରି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ମଧ୍ୟ ଗଜପତି ମହାରାଜାଙ୍କ କଥା ରଖିବାକୁ ରାଜ୍ୟ ସରକାରଙ୍କୁ ଅପିଲ୍ କରିଛନ୍ତି।

Comment