ଓଡ଼ିଶାଲାଇଭ୍ ବ୍ୟୁରୋ

  • ରଥଯାତ୍ରା ପାଇଁ ପୁରୀ ଗସ୍ତରେ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି
  • ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଯିବେ ପୁରୀ
  • ପୁରୀର ସ୍ଥିତି ପରଖିବାକୁ ଯାଉଥିବା ନେଇ ସୂଚନା

ରଥଯାତ୍ରା ପାଇଁ ପୁରୀଗସ୍ତରେ ବାହାରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ। ତାଙ୍କ ସହିତ ପୋଲିସ ଡିଜି ଅଭୟ ମଧ୍ୟ ରହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କଠାରୁ ନିର୍ଦ୍ଦେଶ ପାଇବା ପରେ ଦୁଇ ଅଧିକାରୀ ପୁରୀ ଯାଉଥିବା ନେଇ ସୂଚନା ମିଳିଛି।

ଗୋଟିଏ ପଟେ ରଥଯାତ୍ରା ମାମଲାକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହେଉଛି। ଅନ୍ୟପଟେ ରାଜ୍ୟ ସରକାର ମଧ୍ୟ ରଥଯାତ୍ରା ଆୟୋଜନ କରିବାକୁ ତତ୍ପର ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି। ତେଣୁ ରଥଯାତ୍ରା ପାଇଁ ପୁରୀରେ ସମସ୍ତ ପ୍ରକାର ସ୍ଥିତି ସମ୍ଭାଳିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ସହ ପୋଲିସ ଡିଜି ପୁରୀ ବାହାରିଛନ୍ତି।

କରୋନା ପାଇଁ ମହାପ୍ରଭୁଙ୍କ ରଥଯାତ୍ରା ହେବ କି ନାଇଁ ତାକୁ ନେଇ ସନ୍ଦେହ ଲାଗି ରହିଥିଲା। ହେଲେ ଆଜି ସୁପ୍ରିମକୋର୍ଟ ତରଫରୁ ରଥଯାତ୍ରାକୁ ନେଇ ସବୁଜ ସଙ୍କେତ ମିଳିବା ପରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଆସିଛି।

ଅନ୍ୟପଟେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଅପରାହଣ ୪ଟା ଭିତରେ ବଡ଼ଦାଣ୍ଡକୁ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବଡ଼ଦାଣ୍ଡରେ ଥିବା ଉଠାଦୋକାନୀମାନଙ୍କୁ ତୁରନ୍ତ ଜାଗା ଛାଡ଼ିବାକୁ କୁହାଯାଇଛି।

Comment