ଓଡ଼ିଶାଲାଇଭ୍ ବ୍ୟୁରୋ

schezwan rice-1

ଅନେକ ସମୟରେ ଆପଣ ରାନ୍ଧିଥିବା ଭାତ ବଳିଯାଏ। ତେବେ ଏହାକୁ ପୁଣିଥରେ ଖାଇବାକୁ ପ୍ରାୟ କେହି ପସନ୍ଦ କରନ୍ତି ନାହିଁ। ଏମିତି ସମୟରେ ବଳିଥିବା ଏହି ଭାତକୁ ନଷ୍ଟ ନକରି ପରଷନ୍ତୁ ଏକ ନୂଆ ରୂପରେ ଯାହା ପିଲାଠାରୁ ବୟସ୍କ ଯାଏଁ ସମସ୍ତଙ୍କୁ ପସନ୍ଦ ଆସିବ। ଆଜି ଆମେ ଆପଣଙ୍କୁ କହିବୁ ବଳିଯାଇଥିବା ଭାତକୁ ନେଇ କିପରି ପ୍ରସ୍ତୁତ କରିବେ ସିଜଓ୍ୱାନ ରାଇସ୍।

ଆବଶ୍ୟକୀୟ ସାମଗ୍ରୀ- ବଳିଥିବା ଭାତ, ଲମ୍ବା କଟା ହୋଇତିବା ପିଆଜ ଗୋଟିଏ, କଟା ହୋଇଥିବା ଗୋଟିଏ ସିମଲା ଲଙ୍କା, କଟା ହୋଇଥିବା ଗାଜର, ୫ଟି ରସୁଣ, ୨ ବଡ଼ ଚାମଚ ସେଜଓ୍ୱାନ ସସ୍, ଗୋଲମରିଚ ଗୁଣ୍ଡ ଗୋଟିଏ ଚାମଚ, ଲଙ୍କା ପାଉଡର ଗୋଟିଏ ଚାମଚ, ମ୍ୟାଗି ମଲସା ଗୋଟିଏ ପ୍ୟାକେଟ୍, ଅଦିନାମୋଟୋ ସାମାନ୍ୟ, ଲୁଣ ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ-

-ପ୍ୟାନରେ ତେଲ ଗରମ କରି କଟା ହୋଇଥିବା ରସୁଣକୁ ପକାଇ ଭାଜନ୍ତି। କିଛି ସମୟ ପରେ ପିଆଜ ପକାନ୍ତୁ ଏବଂ ବ୍ରାଉନ ହେବା ଯାଏଁ ଭାଜନ୍ତୁ।

-ତାପରେ କଟା ହୋଇଥିବା ଗାଜର ଏବଂ ସିମଲା ଲଙ୍କାକୁ ପକାନ୍ତୁ। ଏହାପରେ ସୁଣ, ଗୋଲମରିଚ ଗୁଣ୍ଡ, ଲଙ୍କ ପାଉଡର, ମ୍ଯାଗି ମସଲା ପକାଇ ଗୋଳାଇଦିଅନ୍ତୁ। ଏହାକୁ ଦୁଇ ମିନିଟ୍ ଯାଏଁ ଭାଜନ୍ତୁ।

schezwan rice-3

-ଏହାପରେ ଏଥିରେ ବଳିଥିବା ଭାତ ପକାଇ ଗୋଳାନ୍ତୁ। ଏହା ସହ ସେଜଓ୍ୱାନ ସସ୍ ମଧ୍ୟ ପକାନ୍ତୁ। ଆପଣ ଚାହିଁଲେ ଗୋଟିଏ ଚାମଚ ଟମାଟୋ ସସ୍ ମଧ୍ୟ ପକାଇ ପାରିବେ।

-ଏବେ ଅଧିକ ଆଞ୍ଚରେ ୨ ମନିଟ୍ ଯାଏଁ ଭାତକୁ ଭଲ ଭାବରେ ଗୋଳାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସେଜଓ୍ୱାନ ରାଇସ୍।

-ଏହାକୁ ଗରମ ଗରମ ସର୍ଭ କରନ୍ତୁ। ମଞ୍ଚୁରିଆନ୍ ବା କୌଣସି ଗ୍ରେଭି ତରକାରୀ ସହ ଖାଇପାରିବେ।

Comment