ଓଡ଼ିଶାଲାଇଭ୍‌ ବ୍ୟୁରୋ

‘‘ରଥଯାତ୍ରା ପାଇଁ ପ୍ରଶାସନ ପୂରା ପ୍ରସ୍ତୁତ ଅଛି। ସବୁ ବିଭାଗ ପ୍ରସ୍ତୁତ ଅଛନ୍ତି। ସୁପ୍ରିମକୋର୍ଟ ଯାହା ରାୟ ଦେବେ ତାକୁ ଗ୍ରହଣ କରାଯିବ’’, କହିଛନ୍ତି ପୁରୀ ଜିଲ୍ଲାପାଳ ବଲବନ୍ତ ସିଂହ।

ପୁରୀ ରଥଯାତ୍ରାକୁ ନେଇ ନୀଳାଦ୍ରି ଭକ୍ତ ନିବାସରେ ଆଜି ବୈଠକ ଚାଲିଥିଲା। ଜିଲ୍ଲାପାଳ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ସବୁ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ସୁପ୍ରିମକୋର୍ଟରୁ ଯାହା ରାୟ ଆସିବ ତାକୁ ସମସ୍ତେ ମାନିବା ପାଇଁ ଆଲୋଚନା ହୋଇଥିଲା। ପୁରୀରେ ସୁରକ୍ଷା ବ୍ୟବସ୍ଥା କ’ଣ ହେବ ସେନେଇ ବୈଠକରେ ଆଲୋଚନା ହୋଇଥିଲା।

ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏବଂ ପୋଲିସ ଡିଜି ଅଭୟ ପୁରୀରେ ପହଞ୍ଚିବା ପରେ ଆଉ ଥରେ ବୈଠକ ବସିବ। ସୁପ୍ରିମକୋର୍ଟରୁ ଯାହା ରାୟ ଆସିବ ସେ ବିଷୟରେ ଆଲୋଚନା କରାଯିବ।

ରଥଯାତ୍ରା ପାଇଁ ରଥଖଳାରେ ତିନି ରଥ ପ୍ରସ୍ତୁତ ହୋଇ ରହିଛି। ସୁପ୍ରିମକୋର୍ଟରୁ ରଥଯାତ୍ରା ସପକ୍ଷରେ ରାୟ ଆସିବ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି। ଏପଟେ ବଡ଼ଦାଣ୍ଡରୁ ଗୁଣ୍ଡିଚା ମନ୍ଦିର ଯାଏଁ ଥିବା ସମସ୍ତ ଉଠାଦୋକାନୀମାନଙ୍କୁ ହଟାଯାଉଛି।

Comment